(ଆଦର୍ଶ ରାଉତ)ଭୁବନେଶ୍ୱର: ଭୟଙ୍କର ରୂପ ନେଉଛି ବାତ୍ୟା ଫନି । ଆସନ୍ତାକାଲି ଫନି ଦିନ ୧୨ ଟା ପରେ ଯେକୌଣସି ସମୟରେ ପୁରୀ ନିକଟବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡ କରିବ । ଫନିର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ପର୍ୟ୍ୟଟକ ମାନଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୫ଟି ସ୍ୱତନ୍ତ୍ର ଙଝଜଞଉ ବସର ବ୍ୟବସ୍ଥା କରାଯାଇଛି। ଏହା କୋଲକତା ପର୍ୟ୍ୟନ୍ତ ଯିବ। ସେପଟେ ବାତ୍ୟା ଫନି ପାଇଁ ପୁରୀରୁ ସ୍ପେଶାଲ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ପର୍ୟ୍ୟଟକ ଓ ଯାତ୍ରୀଙ୍କ ପାଇଁ ପୁରୀରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯିବ। ପୁରୀରୁ ସାଲିମାରକୁ ଯିବ ଏହି ସ୍ୱତନ୍ତ୍ର ଟ୍ରେନ୍। ଖୋର୍ଦ୍ଧା ରୋଡ,ଭୁବନେଶ୍ୱର,କଟକ,ଯାଜପୁର ରୋଡ,ଭଦ୍ରକ, ବାଲେଶ୍ୱର ଓ ଖଡଗପୁରରେ ରହିବ ଏହି ସ୍ୱତନ୍ତ୍ର ଟ୍ରେନ୍। ଦିନ ୧.୩୦ରେ ଭୁବନେଶ୍ୱରରେ ପହଞ୍ଚିବ ଏହି ସ୍ୱତନ୍ତ୍ର ଟ୍ରେନ୍।