ଗୁଗଲ ଉପରେ ୧୭.୭କୋଟି ଡଲାରର ଜୋରିମନା
ଦକ୍ଷିଣ କୋରିଆର ନିୟାମକ ମଙ୍ଗଳବାର ଦିନ ଗୁଗଲ ଉପରେ ୧୭.୭କୋଟି ଡଲାରର ଜୋରିମନା ଲାଗିଛି ।
(ଦିଲ୍ଲୀ) : ଦକ୍ଷିଣ କୋରିଆର ନିୟାମକ ମଙ୍ଗଳବାର ଦିନ ଗୁଗଲ ଉପରେ ୧୭.୭କୋଟି ଡଲାରର ଜୋରିମନା ଲାଗିଛି । କୋରିଆ ଫେୟାର ଟ୍ରେଡ୍ କମିଶନ ( କେଏଫ୍ଟିସି) କହିଛି କି ସେ ସ୍ମାର୍ଡଫୋନ୍ ନିର୍ମାତାଙ୍କର ଏଣ୍ଡ୍ରୟଡ ଅପରେଟିଂ ସିଷ୍ଟମ ଲଗେଇବା ପାଇଁ ବାଧ୍ୟ କରିବାରୁ ଗୁଗଲକୁ ୧୭୭ମିଲିୟନ ଡଲାର( ପାଖାପାଖି ୧୩୦୦କୋଟି ଟଙ୍କା) ଜୋରିମନା ଦେବାକୁ ଆଦେଶ ଦେଇଛି।
ସୂଚନାନୁଯାୟୀ , କେଏଫ୍ଟିସି ସ୍ଥାନୀୟ ସ୍ମାର୍ଟଫୋନ୍ ନିର୍ମାତାଙ୍କ ଭଳି ସାମସଙ୍ଗ ଇଲେକ୍ଟ୍ରନିକ୍ସକୁ ଅନ୍ୟ ଡେଭଲପର୍ସଙ୍କର ଅପରେଟିଂ ସିଷ୍ଟମର ଉପଯୋଗ କରିବାରେ ରୋକିବା ଓ ତାଙ୍କ ଉପରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ଲଗାଇବାକୁ ବାଧ୍ୟ କରିବା ପାଇଁ ଗୁଗଲର ଯାଞ୍ଚ କରୁଛି । ଏହାସହ ଏହା ବି ଯାଞ୍ଚ କରାଯାଉଛି କି ଗୁଗଲ ଡେଭଲପର୍ସଙ୍କୁ ନିଜର ଗେମ୍କୁ କେବଳ ପ୍ଲେ ଷ୍ଟୋରରେ ଇନଷ୍ଟାଲ୍ କରିବାକୁ କହିଛି ।କୋରିଆ ଫେୟାର ଟ୍ରେଡ୍ କମିଶନ ( କେଏଫ୍ଟିସି) କହିଛି କି ସେ ସ୍ମାର୍ଡଫୋନ୍ ନିର୍ମାତାଙ୍କର ଏଣ୍ଡ୍ରୟଡ ଅପରେଟିଂ ସିଷ୍ଟମ ଲଗେଇବା ପାଇଁ ବାଧ୍ୟ କରିବାରୁ ଗୁଗଲକୁ ୧୭୭ମିଲିୟନ ଡଲାର( ପାଖାପାଖି ୧୩୦୦କୋଟି ଟଙ୍କା) ଜୋରିମନା ଦେବାକୁ ଆଦେଶ ଦେଇଛି।