ସୋନିଆଙ୍କ ନାକରୁ ବାହାରୁଥିଲା ରକ୍ତ , କଂଗ୍ରେସ ପକ୍ଷରୁ ହେଲଥ୍ ଅପଡେଟ୍ ଜାରି
କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।
(ଦିଲ୍ଲୀ) : ନିକଟରେ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବର୍ତ୍ତମାନ ସୋନିଆ ହସ୍ପିଟାଲରେ ଅଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଅଛି, ସେ ନେଇ କଂଗ୍ରେସ ପକ୍ଷରୁ ହେଲଥ୍ ଅପଡେଟ୍ ଜାରି କରାଯାଇଛି।
କଂଗ୍ରେସ ନେତା ଜୟରାମ ରମେଶଙ୍କ କହିବାନୁସାରେ, ହସ୍ପିଟାଲରେ ତୁରନ୍ତ ସୋନିଆଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଥିଲା। କୁହାଯାଉଛି ଯେ, ଗୁରୁବାର ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ପରେ ଜଣାପଡିଥିଲା ତାଙ୍କର Lower respiratory tract ରେ ଫଙ୍ଗଲ ଇମ୍ପେକସନ୍ ହୋଇଛି। ବର୍ତ୍ତମାନ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ଡାକ୍ତରମାନେ। ୧୨ ଜୁନ୍ରେ ସୋନିଆଙ୍କ ନାକରୁ ରକ୍ତ ବାହାରିଥିଲା, ସେତେବେଳେ ତାଙ୍କୁ ହସ୍ପିଟାଲରେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାନୁଯାୟୀ , ନ୍ୟାସନାଲ ହେରାଲ୍ଡରେ ମନି ଲଣ୍ଡରିଂ ମାମଲାରେ ଇଡିର ତଦନ୍ତ ବର୍ତ୍ତମାନ ଜାରି ରହିଛି। ରାହୁଲ ଗାନ୍ଧିଙ୍କ ସହ ସୋନିଆଙ୍କୁ ମଧ୍ୟ ଇଡି ପଚରା ଉଚରା କରିବାକୁ ଡକାଉଛି, କିନ୍ତୁ କୋଭିଡ୍ କାରଣରୁ ସୋନିଆ ଯାଞ୍ଚରେ ସାମିଲ ହୋଇପାରିନାହାନ୍ତି।