କଲେଜ ଓ ବିଶ୍ୱ ବିଦ୍ୟାଳୟ ରେ ଛାତ୍ରୀ ଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶକ୍ତିଶ୍ରୀ 

ବିଗତ ଦିନରେ କଲେଜ ରେ ଘଟୁଥିବା ପରିସ୍ଥିତି କୁ ଆଖି ଆଗରେ ରଖି 16 ଟି ବିଶ୍ୱ ବିଦ୍ୟାଳୟ ଓ 730 ଟି ଅନୁଦାନ ପ୍ରାପ୍ତ କଲେଜ ରେ କାର୍ଯକାରୀ ହେବ ଶକ୍ତିଶ୍ରୀ| ସ୍ନାତକ ଓ ସ୍ନାତୋକତର କଲେଜ ରେ ଆତ୍ମ ସୁରକ୍ଷା ପାଇଁ 8 ଟି ଦିଗ ଉପରେ କାମ କରିବେ ସରକାର | ସେଥିପାଇଁ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ସହ ଦାୟିତ୍ୱ ନେବେ ଛାତ୍ରୀ | ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ର ଗଠନ ହେବ | ପରିଚାଳନା କରିବେ ଛାତ୍ରୀ | ଜଣେ ଛାତ୍ରୀ ଶକ୍ତି ଶ୍ରୀ ସାଥି, ଅଧ୍ୟାପିକା ଶକ୍ତି ଶ୍ରୀ ସଂଯୋଜିକା, ଜିଲ୍ଲାପାଳ ଙ୍କ ଦ୍ୱାରା 5 ଜଣ ମହିଳା ଶକ୍ତି ଶ୍ରୀ ଅପା କାର୍ଯ୍ୟ କରିବେ ପ୍ରତି 3 ମାସ ରେ ଥରେ କ୍ୟାମ୍ପସ ପରିଦର୍ଶନ କରିବେ | ଛାତ୍ରୀ ଙ୍କ ମେଣ୍ଟର ହେବେ | 6 ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ହେବ | ଶକ୍ତି ଶ୍ରୀ ମୋବାଇଲ ଆପ ଆସିବ | 24 ଘଣ୍ଟା କାର୍ଯ୍ୟକାରୀ ହେବ | ଛାତ୍ରୀ ଙ୍କୁ ଅବଗତ କରାଯିବ ଆପ ବ୍ୟବହାର ପାଇଁ | ଏଥିପାଇଁ ଅଭ୍ୟନ୍ତରୀଣ କମିଟି ଗଠନ ହେବେ | ଏମାନଙ୍କୁ ଫୋନ ପ୍ରଦାନ କରାଯିବ | ନିଜ ପରିଚୟ ଗୋପନ କରି ଅଡିଓ କିମ୍ବା ଭିଡିଓ ମେସେଜ ପଠାଇବେ ଛାତ୍ରୀ | ଟେଲି ମାନସ ର ସୁବିଧା ଆପ ରେ ବ୍ୟବହାର କରିପାରିବେ ଛାତ୍ରୀ | SOS ବଟନ ରେ ତୁରନ୍ତ ସାହାଯ୍ୟ ନେଇପାରିବେ | ଶିକ୍ଷକ ଓ ଅଣ ଶିକ୍ଷକ ପାଇଁ କୋଡ଼ ଅଫ କଣ୍ଡଟ ଲାଗୁହେବ | ସୁରକ୍ଷିତ କ୍ୟାମ୍ପେନ ନାମ ରେ ବର୍ଷ କୁ ଦୁଇ ଥର କାର୍ଯ୍ୟକ୍ରମ ହେବ | କ୍ୟାମ୍ପସ ସୁରକ୍ଷା ପାଇଁ ପ୍ରତି କଲେଜ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ରିପୋର୍ଟ ପ୍ରଦାନ କରିବେ| ସିସିଟିଭି କ୍ୟାମେରା ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟ ରେ ଲାଗିବ | 24 ଘଣ୍ଟା ମନିଟରିଙ୍ଗ ହେବ କ୍ୟାମେରା | ଅନ ଲାଇନ କୋର୍ସ କରିବେ ଛାତ୍ରୀ | ଶକ୍ତି ଶ୍ରୀ ରୁପୁଣୀ ବାର୍ଷିକ କର୍ମଶାଳା ଆୟୋଜନ ହେବ|