ଭୁବନେଶ୍ୱର: ଯୁକ୍ତ ଦୁଇ ର ବଦଳିଲା ପାଠ୍ୟକ୍ରମ । ପାଠ୍ୟକ୍ରମକୁ ସିବିଏସଏଇ ଢାଞ୍ଚାରେ ସରଳୀକରଣ କରିବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନୂଆ ପାଠ୍ୟକ୍ରମ ସମ୍ପର୍କୀତ ତଥ୍ୟ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହୋଇଛି । ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରାସାୟନ ବିଜ୍ଞାନ, ଜୀବବିଜ୍ଞାନ କ୍ଷେତ୍ରରେ ଏହି ନୂଆ ପାଠ୍ୟକ୍ରମ ଲାଗୁ କରାଯାଇଥିବା କୁହାଯାଉଛି । ସେପଟେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପିଲାମାନେ ପୂର୍ବ ପାଠ୍ୟକ୍ରମ ଅନୁସାରେ ପରୀକ୍ଷା ଦେବେ । ତେବେ ଗଣିତ ବିଷୟ ନେଇଥିବା ଏକାଦଶ ବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ ଅନୁସାରେ ପାଠପଢ଼ା ହେବ । ଦ୍ୱାଦଶ ବା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପୁରୁଣା ପାଠ୍ୟକ୍ରମ ଅନୁସାରେ ପରୀକ୍ଷାଦେବେ ବୋଲି କୁହାଯାଉଛି । ଧନ୍ଦାମୂଳକ ପିଲାଙ୍କ ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମ ସମ୍ପର୍କରେ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି ବୋର୍ଡ଼ ପକ୍ଷରୁ କୁଯାହାଇଛି ।