ବାତ୍ୟା ପ୍ରଭାବରେ ସମୁଦ୍ର ଭୟଙ୍କର ଅଶାନ୍ତ
ବାତ୍ୟା ପ୍ରଭାବରେ ସମୁଦ୍ର ଭୟଙ୍କର ଅଶାନ୍ତ ହୋଇପଡିବ। ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚର ଜୁଆର ଉଠି ପାରେ । ବାଲେଶ୍ୱରଠାରେ ସମୁଦ୍ରରେ
(ବାଲେଶ୍ଵର) : ବାତ୍ୟା ପ୍ରଭାବରେ ସମୁଦ୍ର ଭୟଙ୍କର ଅଶାନ୍ତ ହୋଇପଡିବ। ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚର ଜୁଆର ଉଠି ପାରେ । ବାଲେଶ୍ୱରଠାରେ ସମୁଦ୍ରରେ ଅଧିକ ଉଚ୍ଚର ଜୁଆର ଉଠିପାରେ । ତେବେ ଭଦ୍ରକରେ ୟସ ପ୍ରଭାବରେ ସମୁଦ୍ର ୭ କି.ମି ଆଗକୁ ଆସିପାରେ ।
ସେହିପରି କେନ୍ଦ୍ରାପଡାର ଭିତରକନିକା ଓ କନିକା ଦ୍ୱୀପ ପାଖରେ ଟିକାୟତନଗରରେ ସମୁଦ୍ର ଜୁଆର ୫ ଫୁଟ ପାଖାପାଖି ଉପରକୁ ଉଠିପାରେ । ଏଭଳି ସତର୍କ ସୂଚନା ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିିଛି । ସମୁଦ୍ର ପାଖ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା କରିଛି ।