ଭୁବନେଶ୍ୱର: ବିମଷ୍ଟେକ୍ (BIMSTEC) ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ରେ ମହିଳା ୧୦୦ ମିଟର ହର୍ଡଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ଆଥଲେଟ୍ ସବିତା ଟୋପୋ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଓଡ଼ିଶା ଆଥଲେଟ୍ ସବିତା ଟୋପୋ ଘରୋଇ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିମ୍ଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ମିଟ୍ ୨୦୨୬ର ମହିଳା ୧୦୦ ମିଟର ବାଧାଦୌଡ଼ରେ ୧୩.୮୬ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ 🥇 ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। 🏃🏽♀️
ସ୍ୱର୍ଣ୍ଣିମ ସଫଳତା ପାଇଁ ସବିତାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ! 👏🏻
#OdishaForSports #BIMSTEC2026 #Athletics #KalingaStadium
— Odisha Sports (@sports_odisha) November 26, 2026
କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସବିତା ୧୩.୮୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଆୟୋଜିତ ହେଉଛି। ଏହି ଚାମ୍ପିୟନସିପରେ ୬ଟି ଦେଶରୁ ୨୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି।