ବଲ୍‌ ନ ଖେଳି ବୋଲ୍ଡ ହେଲେ ଡଟିନ୍‌; କ୍ରିକେଟର ଅଜବ ନିୟମକୁ ନେଇ ଚର୍ଚ୍ଚା

କ୍ରିକେଟ୍‌ରେ ବଲ୍‌ ନ ଖେଳି ମଧ୍ୟ ବ୍ୟାଟର୍‌ ହୋଇପାରନ୍ତି ବୋଲ୍ଡ! ଆଉ ଏହି ନିୟମକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ, କ୍ରିକେଟ୍‌ର ନିୟମ ପୁସ୍ତକରେ ଏହାର ସ୍ପଷ୍ଟ ବ୍ୟବସ୍ଥା ରହିଛି। ସାଧାରଣତଃ ବ୍ୟାଟର୍‌ ବଲ୍‌କୁ ଖେଳିବାକୁ ଯାଇ ଷ୍ଟମ୍ପରେ ଲାଗିଲେ ବୋଲ୍ଡ ହୋଇଥାନ୍ତି। କିନ୍ତୁ ଯଦି ବ୍ୟାଟର୍‌ ବଲ୍‌ ଖେଳିବାକୁ ଚେଷ୍ଟା ନକରନ୍ତି ଏବଂ ବଲ୍‌ ସିଧାସଳଖ ଷ୍ଟମ୍ପକୁ ଲାଗିଯାଏ, ତେବେ ମଧ୍ୟ ସେ ବୋଲ୍ଡ ହୋଇପାରନ୍ତି।

No ball bowled, batter gone! Deandra Dottin's cizarre WBBL dismissal stuns  cricket fans | Watch | Cricket News - The Times of India

ବ୍ୟାଟିଂ ନ କରି, ଗୋଟିଏ ବି ବଲ୍‌ ନ ଖେଳି ବୋଲ୍ଡ ହୋଇଛନ୍ତି ବ୍ୟାଟର୍‌। ମହିଳା ବିଗ୍‌ ବାସ୍‌ ଲିଗ୍‌ (ଡବ୍‌ଲ୍ୟୁବିବିଏଲ୍‌)ରେ ମେଲବର୍ଣ୍ଣ ରେନେଗେଡ୍ସର ଡିଣ୍ଡ୍ରା ଡଟିନ୍‌ଙ୍କ ସହ ଘଟିଛି ଏଭଳି ଘଟଣା। ଏହି ନିଆରା ଆଉଟ୍‌କୁ ନେଇ ଏବେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ଜର୍ଜିଆ ୱାରେହାମ୍‌ ଆଉଟ୍‌ ହେବା ପରେ ବ୍ୟାଟିଂ ପାଇଁ ଆସିଥିଲେ ଡଟିନ୍‌। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବଲ୍‌ ଖେଳିବାକୁ ପ୍ରସ୍ତୁତ ହୋଇପାରି ନଥିଲେ ସେ। ଫଳରେ ତାଙ୍କୁ ନିଆରା ଢଙ୍ଗରେ ଆଉଟ୍‌ ହେବାକୁ ପଡ଼ିଥିଲା।