ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ

ହାଇଦ୍ରାବାଦ : ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ  ରେବାନ୍ତ ରେଡ୍ଡୀ । ଆଜି ହାଇଦ୍ରାବାଦରେ ରାଜ୍ୟପାଳ ଟି ସୌନ୍ଦରରାଜନ ରେବାନ୍ତଙ୍କୁ ଶପଥ ପାଠ କରାଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଛନ୍ତି।ସେହିପରି  ଉପ ମୁଖ୍ୟମନ୍ତ୍ରୀ ଭାବେ ଭଟି ବିକ୍ରମାର୍କା ଶପଥ ନେଇଛନ୍ତି। ତାଙ୍କ ସହ କଂଗ୍ରେସର ଅନ୍ୟ ୧୦ ଜଣ ନେତା ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।