ଖୋଲିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି

(ରାୟଗଡା, ମନୋଜ ସାହୁ): ଆଜି କଡା ସୁରକ୍ଷା ଏବଂ କୋଭିଡ ଗାଇଡ଼ ଲାଇନ୍ ମଧ୍ୟରେ ଖୋଲାଯାଇଛି ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନ ହୁଣ୍ଡି । ଦୀର୍ଘ ୧୧ ମାସ ବ୍ୟବଧାନରେ ହୁଣ୍ଡି ଖୋଲା ଯାଇଛି । ଏହି ସମୟରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟି, ପୋଲିସ, ମାଜିଷ୍ଟ୍ରେଟ ଏଣ୍ଡୋମେଣ୍ଟ ମେମ୍ବରଙ୍କ ଉପସ୍ଥିତ ଥିଲେ । ତେବେ ଗଣତି କାର୍ୟ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୧୫୦ ଜଣ ସ୍ୱେଚ୍ଛାଛାସେବୀ ସହଯୋଗ କରିଥିଲେ ।

୧୧ ମାସ ତଳେ ଏହି ହୁଣ୍ଡି ଖେଳାଯାଇଥିବା ବେଳେ ହୁଣ୍ଡିରେ ମୋଟ ୬୩ ଲକ୍ଷ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଭକ୍ତମାନେ ଦାନ କରିଥିଲେ । ତେବେ ଆଜି ମାଙ୍କ ହୁଣ୍ଡିରେ ମୋଟ ୬୯ ଲକ୍ଷ ୯୦ହଜାର ୨୮୪ ଟଙ୍କା ସହିତ ସୁନାରୁପା ଅଳଙ୍କାର ସହିତ ମାଲେସିଆର ୪ ଟି ଏବଂ ସାଉଥ ଆରବର ଗୋଟିଏ ନୋଟ ଭକ୍ତ ଦାନ କରିଥିବା ଦେଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟି ଅଧକ୍ଷ ରାଇସିଙ୍ଗ ବିଡ଼ିକା । ପ୍ରତି ବର୍ଷ ମାଙ୍କ ହୁଣ୍ଡିକୁ ଦାନ ହେଉଥିବା ସମସ୍ତ ଟଙ୍କା ବିଭିନ୍ନ ମନ୍ଦିରର ଉର୍ଣ୍ଣତି ସହ ସାମାଜିକ କାର୍ୟ୍ୟରେ ଲାଗିଥିବା କୁହାଯାଉଛି ।