୨୮ ତାରିଖଠାରୁ ଆରମ୍ଭ ହେବ ଅଫ୍‌ଲାଇନ ସେମିଷ୍ଟର ପରୀକ୍ଷା

ଚଳିତ ମାସ ୨୮ ତାରିଖଠାରୁ ଆରମ୍ଭ ହେବ ରେଭେନ୍ସା ବିଶ୍ୱବିଦ୍ୟାଳୟର ସେମିଷ୍ଟର ପରୀକ୍ଷା ।

(କଟକ) : ଚଳିତ ମାସ ୨୮ ତାରିଖଠାରୁ ଆରମ୍ଭ ହେବ ରେଭେନ୍ସା ବିଶ୍ୱବିଦ୍ୟାଳୟର ସେମିଷ୍ଟର ପରୀକ୍ଷା । ଏହି ପରୀକ୍ଷାଗୁଡିକୁ ଅଫ୍‌ଲାଇନ ମାଧ୍ୟମରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସୂଚୀ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଫେବ୍ରୁଆରୀ ୧ ତାରିଖଠାରୁ ରେଭେନ୍ସାରେ ସ୍ନାତକ(ୟୁଜି)ର ତୃତୀୟ, ପଞ୍ଚମ ଏବଂ ସପ୍ତମ ସେମିଷ୍ଟର ପରୀକ୍ଷା, ସ୍ନାତକୋତ୍ତର(ପିଜି)ର ତୃତୀୟ ସେମିଷ୍ଟର, ଏମ୍‌ସିଏର ପଞ୍ଚମ ସେମିଷ୍ଟର ଏବଂ ଆଇଏମ୍‌ବିଏର ନବମ ସେମିଷ୍ଟର ପରୀକ୍ଷା ହେବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।