ବରିଷ୍ଠ ଆଇନଜୀବୀ ରାମ ଜେଠାମଲାନୀଙ୍କ ପରଲୋକ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଦୀର୍ଘ ଦିନର ଅସୁସ୍ଥାରେ ପଡି ଶେଷରେ ଆଜି ଦେହତ୍ୟାଗ କରିଲେ ଦେଶର ଖ୍ୟାତନାମା ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠାମଲାନୀ । ଆଜି ଭୋରରୁ ରାମଙ୍କର ମୃତ୍ୟୁ ହୋଇ ଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଗତ ଦୁଇ ସପ୍ତାହରୁ ଅଧିକ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଥିଲା । ରାମ ଜେଠାମଲାନୀଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ଜେଠାମଲାନୀ ସୁପ୍ରିମ କୋର୍ଟ, ହାଇ କୋର୍ଟ ଏବଂ ନିମ୍ନ ଅଦାଲତାରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢିଥିଲେ । ସେ ଲଢିଥିବା ମାମଲା ମଧ୍ୟରେ ନାନାବତୀ ବନାମ ମହାରାଷ୍ଟ୍ର ଅନ୍ୟତମ । ୨୦୧୦ ମସିହାରେ ସେ ସୁପ୍ରିମ କୋର୍ଟର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ଷଷ୍ଠ ଏବଂ ସପ୍ତମ ଲୋକସଭାରେ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ହେବା ବ୍ୟତୀତ ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ।