(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ କମିବା ବେଳ ପୁଣି ପାଗରେ ପରିବର୍ତ୍ତନ ଆସିଛି । ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଜି ଦିନ ୩ ଟା ୩୦ ମଧ୍ୟରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ଼ରେ ବର୍ଷା ସମ୍ଭାବନା ରହିଛି ।