କାଲିଠୁ ତିନିଦିନ ରାଜ୍ୟରେ ହାଲୁକା ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ଅର୍ଥାତ ୧ ତାରିଖ ବୁଧୁବାରରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅ।।ଶଙ୍କା ରହିଛି । ବଙ୍ଗୋପସାଗରରୁ ପୂର୍ବାଳି ତରଙ୍ଗ ପ୍ରଭାବରେ ବର୍ଷା ହୋଇପାରେ । ପ୍ରଥମ ଦୁଇ ତିନି ଦିନ ମୁକ୍ୟତଃ ଦକ୍ଷିଣ ଓଡିଶାରେ ବର୍ଷା ହେବାକୁ ଥିବା ବେଳେ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗଞ୍ଜାମ,ଗଜପତି ରାୟଗଡ଼. କୋରାପୁଟ ଓ ପୁରୀ ଜିଲ୍ଲାରେ ୨ତାରିଖ ଦିନ ହାଲୁକା ବର୍ଷା ହୋଇପାରେ । ସେହିପରି ୨ତାରିଖ ଦିନ ଦକ୍ଷିଣ ଉପକୂଳ ଓଡିଶା, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୩ ତାରିଖ ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାର କେତେକାଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହୁଛି। ଫଳରେ ରାଜ୍ୟରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଉଛି।