ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ଠାରେ ଏକ ବର୍ଷ ମଧ୍ୟରେ ୩ ଥାନା ଅଧିକାରୀ ଙ୍କ ବଦଳି କୁ ପ୍ରତିବାଦ କରି ବିଷମ କଟକ ନାଗରିକ ମଞ୍ଚ ସଭାପତି ଶ୍ରୀମାନ ଗୋପାଳକୃଷ୍ଣ ପଟ୍ଟନାୟକ ଙ୍କ ଡାକରା ରେ ଆସନ୍ତା କାଲି ହେବାକୁ ଥିବା ରାଲି ଓ ବନ୍ଦ ପାଳନ କୁ ସ୍ଥଗିତ କରାଯାଇଛି । ବୁଧବାର ଦିନ ୧୧.୩୦ ସମୟରେ ବିଷମକଟକ ଥାନା ପରିସରରେ ସୁରକ୍ଷା ମଞ୍ଚ ନେତୃତ୍ୱରେ ବିଷମ କଟକ ଏସ୍.ଡି.ପି.ଓ ଆକାଶ କୁମାର ସାହୁ ଙ୍କ ଉପସ୍ଥିତି ରେ ଗ୍ରାମର ବୁଦ୍ଧିଜୀବୀ ଓ ବିଷମକଟକ ବିକାଶ ପରିଷଦ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ରାଲି କୁ କିଛି ଦିନ ପାଇଁ ସ୍ଥଗିତ କରାଯାଇଛି । ଆଗ।ମୀ ଦିନରେ ରାୟଗଡ଼ା ଆରକ୍ଷୀ ଅଧକ୍ଷକ ଙ୍କ ସହ ହେବାକୁ ଥିବା ଆଲୋଚନା ପରେ ଆଗ।ମୀ ନିଷ୍ପତି ନିଆଯିବା ନିର୍ଣ୍ଣୟ ହୋଇଥିବା ସୂଚନା ମିଳିଛି । ଉକ୍ତ ବୈଠକ ରେ ବିଷମ କଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ଆଇନ ଜିବୀ ଦିଲିପ କୁମାର ପଟ୍ଟନାୟକ, ରବୀନ୍ଦ୍ର ପଣ୍ଡା, ଗୋପାଳ ପଟ୍ଟନାୟକ, ଗୌରୀ ପାତ୍ର, ଶଶୀଭୂଷଣ ପଟ୍ଟନାୟକ, ଶିବରାମ ନାୟକ, କିରଣ ସାହୁ , ଓ ଅଶ୍ୱିନ କୁମାର ସେଠୀ ଉପସ୍ଥିତ ଥିଲେ ।