ବରିଷ୍ଠ ନେତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୁରକ୍ଷା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

(ବିଜୟ କମୁାର କାରୁଆ): କେନ୍ଦୁଝରଜିଲ୍ଲା ପାଟଣାବ୍ଲକ- ବରିଷ୍ଠନେତାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସୁରକ୍ଷା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ସୁରକ୍ଷା କମିଟି ଆବାହକ ବିଜୟରତ୍ନ ପତି ସଂଯୋଜକ ସବାରୀ କୁମାର ଦାଶଙ୍କ ନେତୃତ୍ବକ୍ରମେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୋଲିସ ମୃତ ଦେବେନ୍ଦ୍ର ପାତ୍ରଙ୍କୁ ଶୋଇବା ଘରୁ କ୍ଷତବିକ୍ଷତ,ଉଲଙ୍ଗନ ଅବସ୍ଥାରେ ପଡିଥିବା ଉଦ୍ଧାର କରିଥିଲା । ତାଙ୍କ ସାନଭାଇ ସୁରେନ୍ଦ୍ର ପାତ୍ରଙ୍କ ଲିଖିତ ହତ୍ୟା ଅଭିଯୋଗ କୁ ଭିତ୍ତି କରି ତିନିଦିନ ବିତିଯାଇ ଥିବା ବେଳେ ପୋଲିସ ହତ୍ୟାକାରୀ କୁ ଆଜି ଯାଏ ଧରିବାରେ ବିଫଳ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇ ଶବବ୍ୟବଚ୍ଛେଦ ରିପୋର୍ଟ ମିଳିବା ପନ୍ଦରଦିନ ମଧ୍ୟରେ ପୋଲିସ ହତ୍ୟାକାରୀକୁ ଦଣ୍ଡ ବିଧାନ ନ କରେ ତେବେ ଆଗାମୀ ଦିନରେ ପାଟଣା ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ଦିଆଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ଉପସଭାପତି ଦେବାନନ୍ଦ ପୃଷ୍ଟି,ପାଟଣାମାକେଟ୍ କମିଟିର ସଭାପତି ପ୍ରଶ୍ନ କୁମାର ଭଞ୍ଜ,ସୁରକ୍ଷାକମିଟିର ଆଇନ ପରାମର୍ଶଦାତା ରାହାସ ବାହାରୀ ପୃଷ୍ଟି,ଜୁଗଳ କିଶୋର ଦାଶ,ପ୍ରଶାନ୍ତ ଭଞ୍ଜ,ସମାଜସେବୀ ଅଜୟ କୁମାର ଦାଶ, ଯୋଗଦେଇ ଥିଲେ ।

.