କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ବିଜେଡି ରାଜନୀତି ନ କରୁ: ବିଜେପି

ଭୁବନେଶ୍ୱର : ବିଜେଡି ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀକୁ ପ୍ରତାରିତ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ବିଜେଡି ରାଜନୀତି ନ କରୁ | ଏପରିକି ଆଇନ ଶୃଙ୍ଖଳା ପରିସ୍ଥିତିରୁ ନଜର ହଟାଇବା ପାଇଁ ବିଜେଡି ଏହି ସୁଆଙ୍ଗ କରୁଛି ବୋଲି ଅଭିଯୋଗ କଲା ବିଜେପି | ଧାନ ସଂଗ୍ରହରେ କେନ୍ଦ୍ର ସରକାର ଯେତେ ପଇସା ଦେଉଛନ୍ତି ତାକୁ ଚାଷୀକୁ ଦେଇ ପାରିନାହାନ୍ତି | ବିଜେଡି ସରକାର ଚାଷୀଙ୍କୁ ପ୍ରତାରିତ କରିଛି। କଥାରେ ଅଛି ଚୋର ମଚାଏ ସୋର ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ |

ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ହେଉଛି ସେହି ଦଳ ଯିଏ ୨୦୦୮ରେ କେନ୍ଦ୍ର ସରକାର ୩୫ କେଜି ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ୧୦ କେଜି ଚାଉଳ କାଟି ୨୫ କେଜି ଚାଉଳ ଦେଉଥିଲେ | ବିଜେଡି ଦଳ ମିଥ୍ୟା ପ୍ରବଳ। କରୋନା ସମୟରେ କେନ୍ଦ୍ର ସରକାର ବିଭିନ୍ନ ସୂତ୍ରରେ ଲୋକଙ୍କୁ ଅର୍ଥ ପ୍ରଦାନ କରିଥିଲେ। ୩ କୋଟି ୨୫ ଲକ୍ଷଙ୍କୁ ଚାଉଳ ଡାଲି ଦେଇଥିଲେ। ମୋଦି ସରକାର ଗରିବର ବନ୍ଧୁ ବୋଲି କହିଛନ୍ତି ଶ୍ରୀ ମହାପାତ୍ର | ଏଥିସ ରାଜ୍ୟ ସରକାର କଣ କରିଥିଲେ କହି ପାରିବେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି |

କରୋନା ସମୟରେ ସରକାର ମାଗଣାରେ ୫ କେଜି ଚାଉଳ, ୧ କିଲୋ ଡାଲି ଦେଉଥିଲେ। ଅସୁବିଧା ପାଇଁ ରିଲିଫ ଦିଆଯାଇଥିଲା। କୋଭିଡ ପ୍ରଭାବ କମିଲା ରିଲିଫ ବନ୍ଦ ହେଲା। ଏବେ ମାଗଣାରେ ୫ କିଲୋ ଚାଉଳ କେନ୍ଦ୍ର ଦେଉଛି। ତେଣୁ ଓଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିଜେଡି ଏବଂ ମିଥ୍ୟା ଆଶ୍ରୟ ନେଉଛି ଦଳ ବୋଲି ବିଜେପି କହିଛି |