ବିଜେପିରେ ସାମିଲ ହେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ପ୍ରସନ୍ନ ପାଟ୍ଟଶାଣୀ । ବିଜେଡି ଛାଡି ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଦୁଇ ମାସ ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା, ଏଥିରେ ବିରାମ ଲାଗିଛି | ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ ଥିବା ଫଟୋ ଏବେ ସୋସିଆଲ ମିିଡିଆରେ ଘୁରି ବୁଲୁଛି। ଭାରତୀୟ ଜନତା ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟରେ ପାଟ୍ଟଶାଣୀ ଯୋଗଦେଇଛନ୍ତି।

ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେବେ‌ ବୋଲି ଗତ ଏପ୍ରିଲ ମାସ ଠାରୁ ଚର୍ଚ୍ଚା ହେଉଥିଲା। ଚଳିତ ନିର୍ବାଚନରେ ପାଟ୍ଟଶାଣୀ ଲଢ଼ିବା ପାଇଁ ବିଜେଟିରୁ ଟିକେଟ୍‌ ଚାହୁଁଥିଲେ। କିନ୍ତୁ ବିଜେଡି ତାଙ୍କୁ ଟିକେଟ୍‌ ଦେଇ ନଥିଲା। ଟିକେଟ୍ ନଦେଇ ଦଳ ତାଙ୍କ ଉପରେ ଭରସା କରିନଥିବାରୁ ଅସନ୍ତୁଷ୍ଟ ସେ ବିଜେଡି ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ତୁଟାଇ ପାରନ୍ତି ବୋଲି ଆଲୋଚନା ହେଉଥିଲା।