ଜାନୁଆରୀ ୨ରୁ ପ୍ରାକ୍ଟିକାଲ, ଫେବୃୟାରୀ ୧୬ ତାରିଖରୁ ହୋଇପାରେ ଥିଓରୀ ପରୀକ୍ଷା

ଭୁବନେଶ୍ବର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ। ଜାନୁଆରୀ ୨ ପ୍ରାକ୍ଟିକାଲ୍‍ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଏଥି ସହିତ ପ୍ରାକ୍ଟିକାଲ୍‍ ପରୀକ୍ଷା ସରିବା ପରେ ଫେବୃୟାରୀ ୧୬ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ  ହୋଇପାରେ ବୋଲି ମଧ୍ୟ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।