(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଡିଙ୍ଗି ଗ୍ରାମର ଉନ୍ନତି ନିମନ୍ତେ ପୋଡିଙ୍ଗି ବିକାଶ ମଞ୍ଚର ସହାୟତାରେ ପଲ୍ଲୀବିକାଶ, ପୋଡିଙ୍ଗି ଦ୍ଵାରା ପୋଡିଙ୍ଗି ଗ୍ରାମରେ ସପ୍ତାହ ବ୍ୟାପୀ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ୟ୍ୟକ୍ରମର ଉଦଯାପନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବେଲ ,ଅଁଳା, ଜାମୁକୋଳି, ନିମ୍ୱ ପରି ଔଷଧୀୟ ବୃକ୍ଷ ସହିତ ଅର୍ଜୁନ ଓ ଅନ୍ୟାନ୍ୟ ବିଭିନ୍ନ କିସମର ଛାୟା ପ୍ରଦାନ କାରୀ ଷାଠିଏ ଗୋଟି ବୃକ୍ଷରୋପଣ କରାଯାଇଛି। ଏହା ବ୍ୟତୀତ ଗ୍ରାମର ପ୍ରସିଦ୍ଧ ଶୈବପୀଠରେ ବେଲ ଓ ଅଁଳାର କୋଡିଏ ଗୋଟି ବୃକ୍ଷରୋପଣ କରାଯାଇଛି। ପଲ୍ଲୀବିକାଶ ପଡିଆରେ ପୋଡଙ୍ଗି ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ପନ୍ଦର ଗୋଟି ଗଛ ଲଗାଇବା ସହ ଆଗ୍ରହୀ ଗ୍ରାମବାସୀଙ୍କୁ ନିଜର ଅଦରକାରୀ ପଡିଆ ଜମିରେ ବୃକ୍ଷରୋପଣ ନିମନ୍ତେ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ବଣ୍ଟନ କରାଯାଇଥିଲା। ବୃକ୍ଷରୋପଣ କାର୍ୟ୍ୟକ୍ରମରେ ପୋଡଙ୍ଗି ବିକାଶ ମଞ୍ଚର କାର୍ୟ୍ୟକର୍ତ୍ତା ଅରୁଣ କୁମାର ପାଠୀ,ପଲ୍ଲୀବିକାଶର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ସଞ୍ଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଚିନ୍ତାମଣି ବେହେରା, ଯୁଗ୍ମ ସମ୍ପାଦକ ଆଲୋକ କୁମାର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ୟ୍ୟକ୍ରମରେ ସହଯୋଗ ପାଇଁ ପୋଡିଙ୍ଗି ବିକାଶ ମଞ୍ଚର ସଂଯୋଜକ ଅରୁଣ କୁମାର ପାଢୀ, ସଭାପତି କାହ୍ନୁଚରଣ ଚରଣ ସାହୁ,ସମ୍ପାଦକ ଅଶ୍ଵିନୀ କୁମାର ସାହୁ,କୋଷାଧ୍ୟକ୍ଷ ରଞ୍ଜୀବ ପାଣିଗ୍ରାହୀଙ୍କୁ ପଲ୍ଲୀବିକାଶ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵେଚ୍ଛାସେବୀ ସର୍ବଶ୍ରୀ ମହାଦେବ ସାହୁ,ବିଚିତ୍ର ବେହେରା, ଆକାଶ କୁମାର ବେହେରା, ଜଗନ୍ନାଥ ଗୌଡ, ସିପୁନ ସାହୁ, ଅମିତ ବେହେରା, ପ୍ରକାଶ ବେହେରା, ସଂଜୟ ନାୟକ, ଚିନ୍ମୟ ସାହୁ, ନିରଞ୍ଜନ ଗୌଡ, ବିମଳ ବେହେରା, ଦୀପକ ଗୌଡ, ବିମଳ ସାହୁ, ବିକାଶ ଗୌଡ, ନିଳାଞ୍ଚଳ ବେହେରା, ରବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।