ମାଗଣା ରେସନ୍‌ ଯୋଜନାରେ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ମୋଦୀ ବିଶ୍ୱର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି ଭ୍ୟାକ୍ସିନେଶନ ପ୍ରମାଣପତ୍ର ହେଉକି ରାଶନ ପ୍ୟାକେଟରେ ସବୁଠି ନିଜର ଫୋଟୋ ଛାପିବା ଓ ବ୍ୟକ୍ତିତ୍ୱକୁ ଜନପ୍ରିୟ କରିବା ସୁଯୋଗକୁ ହାତଛଡା କରନ୍ତି ନାହିଁ । କରୋନା ଟୀକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫୋଟୋ ପରେ ଏବେ ସରକାର ଦେବାକୁ ଥିବା ରାଶନ ପ୍ୟାକେଟ୍ ଉପରେ ଏବେ ମୋଦୀଙ୍କ ଫୋଟୋ ଓ ବିଜେପିର ସାଂକେତିକ ପଦ୍ମ ଚିହ୍ନକୁ ପଦର୍ଶିତ କରିବା ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ନିର୍ଦ୍ଦେଶାବଳୀରେ କୁହାଯାଇଛି । ବିଜେପି ମହାସଚିବ ଦ୍ୱାରା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି । ଅଣ ବିଜେପି ଶାସିତ ରାଜ୍ୟଗୁଡିକୁ ମଧ୍ୟ ରାଶନ୍ ପ୍ୟକେଟ୍ ରେ ପଦ୍ମ ଚିହ୍ନ ଛାପିବା ପାଇଁ କୁହାଯାଇଛି । କିଛିଦିନ ପୂର୍ବରୁ ମୋଦୀ କରୋନା ଟୀକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫୋଟୋ ପାଇଁ ଦେଶରେ ସାଧାରଣ ଜନତା ମାନଙ୍କ ଠାରୁ ଆରମ୍ବ କରି ବୁଦ୍ଧିଜୀବୀ ମହଲରେ ଅଶୋନ୍ତୋଷ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଓ ପଞ୍ଜବରେ କରୋନା ଟୀକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫୋଟୋ ବଦଳରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଫୋଟୋ ପ୍ରମାଣପତ୍ରରେ ଦେଖିବାକୁ ମିଳିଥିଲା ।