ସବ ରେଜିଷ୍ଟର ଅଫିସରେ ଲାଗିବ ମିଡିଲ ମ୍ୟାନ ତଥା ଦଲାଲଙ୍କ ଫୋଟୋ । ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଜରିଆରେ ଚିହ୍ନଟ କରାଯାଇ ମିଡିଲ ମ୍ୟାନଙ୍କ ଫୋଟୋ ଲଗାଯିବ । ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମରୁ ଧରା ପଡୁଥିବା ମିଡିଲ ମ୍ୟାନଙ୍କ ଉପରେ କଣ ଦଣ୍ଡ ବିଧାନ କରାଯିବ ଏବଂ ଅଧିକାରୀଙ୍କୁ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ସରକାର ଆଣିବେ ଏସଓପି । ଏସଓପି ପ୍ରସ୍ତୁତ ପାଇଁ କମିଟି କଲେ ସରକାର । ଏହା ସହ ଆଗକୁ ସମସ୍ତ ରାଜସ୍ୱ ଏବଂ ତହସିଲ ଅଫିସରେ ଲାଗିବ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ । ଫିଲଡ଼ ଭିଜିଟ ବେଳେ ବି ଅଧିକାରୀଙ୍କୁ କରାଯିବ ଟ୍ରକିଙ୍ଗ । ଆଜି ସମସ୍ତ ଡ଼ିଏସଆର ଅଫିସରେ ଲାଗିଥିବା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମର ସମୀକ୍ଷା କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମରେ ଅନେକ ବ୍ୟକ୍ତି ବାରମ୍ବାର ଆସୁଥିବା ନଜରକୁ ଆସିଛନ୍ତି ଏବଂ ସେମାନଙ୍କୁ ବାରଣ ମଧ୍ୟ କରାଯାଉଛି । ଆଗକୁ ସମସ୍ତ ଡ଼ିଏସଆର ଅଫିସରେ ସେମାନଙ୍କ ଫୋଟୋ ଲଗାଯିବ ଏବଂ ସେମାନଙ୍କ ଉପରେ କଣ ଆକ୍ସନ ହେବ ଓ ଏଥି ପାଇଁ କେଉଁ ଆଇନ ଆବଶ୍ୟକ ସେନେଇ ଏସଓପି ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ କରାଯାଇଛି ।