ଅଖିଳ ଉତ୍କଳ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅଖିଳ ଉତ୍କଳ ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତୁଷାରେନ୍ଦୁ ନାୟକ,ଜିଲ୍ଲା ସଭାପତି ଗୌରହରି ବେହେରା,ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମିଶ୍ର, ADVO ଡାକ୍ତର ଶ୍ରବଣ କୁମାର ଆଚାରି ରାଜ୍ୟ ସାଧାରଣ ସମ୍ପାଦକ ଲଳିତେନ୍ଦୁ ଦଳାଇ, ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଥମେ ପତାକା ଉତ୍ତୋଳନ କରାଯାଇଥିଲା ପରେସଭାପତି ଗୌର ହରି ବେହେରା ଙ୍କ ସଭାପ ତୀ  ଙ୍କ ସଭା ପତିତ୍ତ୍ୟ ସାଧାରଣ ସଭା ପରେ ଗଜପତି ଜିଲ୍ଲା ଶାଖା ସଂଘର କର୍ମକର୍ତ୍ତା ଚୟନ ହୋଇ ଥିଲା। ଜିଲ୍ଲା ସଭାପତି ଭାବେ ଗୌର ହରି ବେହେରା ଚୟନ ହୋଇ ଥିବା ବେଳେ ଉପ ସଭାପତି ଶ୍ରୀ ଜଗନ୍ନାଥ ରଥ ଓ Y ଧନ ଲକ୍ଷ୍ମୀ ଚୟନ ହୋଇଛନ୍ତି ସେହିପରି ଜିଲ୍ଲା ସମ୍ପାଦକ ଭାବେ Y ଶ୍ୟାମ ସୁନ୍ଦରମ୍, ଯୁଗ୍ମ ସମ୍ପାଦକ ସାନମୁଖ ପାଲକା କୋଷାଧ୍ୟକ୍ଷ ରାଜେଶ କୁମାର ପାଇକ ସଙ୍ଘଠକ ପି କାର୍ତ୍ତିକ କୁମାର ପ୍ରମୁଖ ତିନି ବର୍ଷ ପାଇଁ ଚୟନ ହୋଇଛନ୍ତି।