ପେପର ଲେସ ହେଲା ବିଧାନସଭା : ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ

ଭୁବନେଶ୍ୱର:  ଟ୍ୟାବରେ ପଢିବେ ବିଧାୟକ । ଏବେ ଠୁ ପେପର ଲେସ ହେଲା ବିଧାନସଭା । ସ୍ମାର୍ଟ ହେବେ ବିଧାୟକ । ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ 147 ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ । ଆଉ ପ୍ରଶ୍ନୋତ୍ତର କିମ୍ଭା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ହୋଇଛି ଏହି ବ୍ୟବସ୍ଥା । କିଛି ସମୟ ପରେ ଏହାକୁ ଶୁଭରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଗୁରୁବାର ଠାରୁ ବିଧାନସଭାର ବଜେଟ ଅଧିବେଶନ। ଏନେଇ ଆଜି ସର୍ବଦଳୀୟ ବୈଠକ ବସୁଛି । ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବୈଠକ ବସିବ। ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ହେବ।