ଡ଼ିଜେ ଗାଡ଼ି ଓଲଟି ,୧ମୃତ ୫ଗୁରୁତର

(ରିପୋର୍ଟସ ଟୁଡ଼େ)ବୌଦ୍ଧ: ଆଜି ଭୋର ୪ଟାରୁ ୫ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍ ଅନ୍ତର୍ଗତ ଚାରିଛକ-କୁଶଙ୍ଗ ରାସ୍ତାରେ ଡିଜେ ଗାଡ଼ି ଓଲଟି ଜଣଙ୍କର ମୃତ୍ୟୁ ଘଟିବା ସହ ୫ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ସୁନୀଲ ମଲ୍ଲିକ। ତାଙ୍କ ଘର ଉପରକଟା ଗାଁରେ।
ଆହତମାନେ ହେଲେ ତିଳେଶ୍ୱର ଗାଁର ରାଜା ଝଙ୍କାର, ମାଜେଶ ବେହେରା, କରଞ୍ଜକଟା ଗାଁର ଅତିରାତ୍ର ପ୍ରଧାନ ଓ ଉପରକଟା ଗାଁର ସୁନୀଲ ହଂସ। ଆହତଙ୍କୁ ପ୍ରଥମେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ ପୁରୁଣାକଟକ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି।