କଟକ ଚଣ୍ଡୀମନ୍ଦିର ସମ୍ମୁଖରେ ଦୁଇ ଅଟୋ ଚାଳକଙ୍କ ମାରପିଟ , ଜଣେ ମୃତ

କଟକ : କଟକରେ ନୃଶଂସ ହତ୍ୟାକାଣ୍ଡ । ଚଣ୍ଡୀମନ୍ଦିର ସମ୍ମୁଖରେ ୨ ଅଟୋ ଚାଳକ ମଧ୍ୟରେ ମାରପିଟରେ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଅଟୋ ଚାଳକ ଆଉ ଜଣେ ଅଟୋ ଚାଳକକୁ ପିଟି ମାରିଥିବା ଅଭିଯୋଗ ହୋଇଛି । ଅଟୋ ଚାଳକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ନେଇଥିଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ମାରପିଟର କାରଣ ଜଣାପଡିନାହିଁ । ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ଲାଲବାଗ ଥାନା ପୋଲିସ।