ଓଡିଶା:ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡିଶା। ଅସହ୍ୟ ଗରମ ସହ ଗୁଳୁଗୁଳିକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ। ଅସମ୍ଭାଳ ତାତିକୁ ନେଇ ଅର୍ଥାତ ଦୁଇଦିନର ଗ୍ରୀଷ୍ମ ପ୍ରବାହ ବା ହିତ ୱେବ କଣ୍ଡିସନ କୁ ନେଇ ଆଗାମୀ ୨୪ଘଣ୍ଟା ପାଇଁ ୪ ଜିଲ୍ଲା ମୟୁରଭଞ୍ଜ, ଝାରସୁଗୁଡା,ଖୋର୍ଦ୍ଧା, ଏବଂ କଟକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଚେତାବନୀ ଦେଲା ପାଣିପାଗ ବିଭାଗ । ସେହିପରି କେନ୍ଦୁଝର,ସୁନ୍ଦରଗଡ, ସମ୍ବଲପୁର,ଦେବଗଡ, ଅନୁଗୁଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ବର୍ଣ୍ଣିଙ୍ଗ ବା ହଳଦିଆ ଚେତାବନୀ ଜାରିକରିଛି ପାଣିପାଗ ବିଭାଗ। ତେବେ ଗ୍ରୀଷ୍ମ ପ୍ରବାହ ଯୋଗୁ ତତଲା ବାଲିରେ ଓଡିଶା ଭାଜିହେଉଥିବା ବେଳେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନ ର ସମ୍ଭାବନା ନଥିବା ବିଭାଗ ପୂର୍ବାନୁମାନ କରିଛି। ପରବର୍ତୀ ସମୟରେ ଦିନ ତାପମାତ୍ରା ଧୀରେଧୀରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ କମିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ତେଣୁ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ସହ ସ୍ୱାଭାବିକ ତୁଳନାରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପିଗ ବିଭାଗ । ଆସନ୍ତାକାଲି ଠାରୁ ଧୀରେ ଧୀରେ ତାତିରେ ପରିବର୍ତନ ହେବାର ସମ୍ଭାବନା ହେବ ବୋଲି କହିଛି ବିଭାଗ।
ତେବେ ବର୍ଷାର ପ୍ରଭାବ ରାଜ୍ୟରେ ସେତେଟା ନଥିବା ବେଳେ ଆସନ୍ତା ୩୬ ଘଣ୍ଟା ପରେ ଗୁରୁଚପର ପ୍ରଭାବ ଦୁର୍ବଳ ହେବ ପରେ ୨୨ ପରେ ବା ୨୨ ତାରିଖ ବେଳକୁ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ବିଭାଗ।ଦକ୍ଷିଣ ଉପକୂଳ ଓଡିଶା ସମେତ କନ୍ଧମାଳ କଳାହାଣ୍ଡି କେନ୍ଦୁଝର ନବରଙ୍ଗପୁର କଟକ ସୁଦରଗଡ ରାୟଗଡାରେ ବିଜୁଳି ଘଡଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ ରୁ ୪୫ କିମି ପବନ ବହିବାର ସମ୍ଭାବନା ରହିଛି ।ଉପକୂଳ ଓ ପାଶ୍ୱବର୍ତୀ ଅଂଚଳରେ ୨୨ ଓ ୨୩ ତାରିଖରେ ବର୍ଷାର ପ୍ରଭାବ କମିବ ବୋଲି ବିଭାଗ କହିଥିବା ବେଳେ ଆଗାମୀ ୩୬ ଘଂଟା ପରେ ପାଗର ପରିବର୍ତନ ହେବ ଆଉ ଖରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଜି ଦିନର ତାପମାତ୍ରା ବାରିପଦାରେ ସର୍ବାଧିକ ୪୪.୫ ରହିଥିବା ବେଳେ ନୂଆପଡାରେ ରହିଛି ୪୪.୫। ସେହିପରି ବଲାଙ୍ଗୀର-୪୪.୫, ବୌଦ୍ଧ-୪୩.୯,ତାଳଚେର-୪୩.୮ ,ଅନୁଗୁଳ-୪୩.୭ ,ଝାରସୁଗୁଡା ୪୩.୬, ରାଉଲକେଲା ୪୩.୩ ,ସମ୍ବଲପୁର ୪୩.୨ ,ଟିଟିଲାଗଡ ୪୩.୧ ସୁଦରଗଡ ୪୩.୦, ମହିସାପଟ ୪୨.୯ କିରେଇ ୪୨.୭ ଭୁବନେଶ୍ୱର ୪୨.୫, ଭବାନୀପାଟଣା ୪୨.୨ ,ସୋନପୁର ୪୨.୫,ହୀରାକୁଦ ୪୨.୨, କଟକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅନ୍ୟପାଟେ ଗତ ୨୪ ଘଣ୍ଟାରେ ୩୦ ଟି ସହରରେ ୪୦ ଦିଗରେ ତାପମାତ୍ରା ରେକର୍ଡ କରାଯାଇଥିଲା । ସେଥିରେ ସର୍ବଧିକ ବାରିପଦାରେ ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାରିପଦା ଭୁବନେଶ୍ୱର ଓ କଟକ ତିନି ସହରରେ ଗ୍ରୀଷ୍ମ ପ୍ରବାହ ଜାରିକରଯାଇଥିବା ବେଳେ ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଅଧିକ ତାପମାତ୍ରା ଏଠାରେ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୫ ଡିଗ୍ରୀ ତାପମାତ୍ରା ସହ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କାରଣ ଝାରସୁଗୁଡ଼ାରେ ଆଦ୍ରତାର ପରିମାଣ କମ ରହୁଛି। ଦିନ ସମୟରେ ପାଖାପାଖି ୨୫ ରୁ ୨୦ ପ୍ରତିଶତ କମ ରହୁଛି। ତେଣୁ ଖାଲି ଝାରସୁଗୁଡା ନୁହେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆଦ୍ରତାର ପରିମାଣ ମାତ୍ରାଧିକ କମ ରହୁଛି। ଯାହା ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ବଢ଼ିବାରେ ସହାୟକ ହେଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।