ଧରା ପଡିଲେ ନ୍ୟୁଡ୍ କଲ୍ ବ୍ଲାକମେଲର
ନ୍ୟୁଡ୍ କଲ୍ ବ୍ଲାକମେଲ କରୁଥିବା ୨ ଅଭିଯୁକ୍ତକୁ ଆଜି କଟକ ସାଇବର ପୋଲିସ ଗିରଫ କରିବାରେ ସଫଳ ହୋଇଛି
ଧରା ପଡିଲେ ନ୍ୟୁଡ୍ କଲ୍ ବ୍ଲାକମେଲର
କଟକ: ନ୍ୟୁଡ୍ କଲ୍ ବ୍ଲାକମେଲ କରୁଥିବା ୨ ଅଭିଯୁକ୍ତକୁ ଆଜି କଟକ ସାଇବର ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଏମ ଡି ଇଝାରଉଦ୍ଦୀନ ଅନସାରୀ ଓ ଓ ସାକିର ଖାନ । ରାଜସ୍ଥାନର ଭରତପୁରରେ ଏମାନଙ୍କର ଗୋଟିଏ ବଡ଼ ଗ୍ୟାଙ୍ଗ ରହିଛି। ଏମାନେ ଅଧିକ ଶିକ୍ଷିତ ନଥିବା ସତ୍ତ୍ଵେ ଗୁଗଲ ସାହାଯ୍ୟରେ ନ୍ୟୁଡ ଭିଡିଓ କଲ୍ କରି ବ୍ଲାକମେଲ କରିବାର କୌଶଳ ଶିଖିଥିଲେ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ହ୍ୱାଟ୍ସଆପରେ ନ୍ୟୁଡ୍ ଭିଡିଓ କଲ୍ କରି ବ୍ଲାକମେଲ କରି ପାଖାପାଖି ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା।ସେମାନଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା, ୧୬ଟି ମୋବାଇଲ ଫୋନ୍, ୨୦ଟି ସିମ୍ କାର୍ଡ ଜବତ କରାଯାଇଛି। ବର୍ତ୍ତମାନ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି ସାଇବର ଥାନା ପୋଲିସ। ଏନେଇ ଥାନାରେ ଏତଲା ପରେ କଟକ ସାଇବର ଥାନାର ଏକ ଟିମ୍ ରାଜସ୍ଥାନ ଯାଇ ଦୀର୍ଘ ୧୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏହି ସାଇବର ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।