ଉତ୍ତରପ୍ରଦେଶ : ଆଜି ଆମିଷ ଖାଇବା ମନା । ଉତ୍ତରପ୍ରଦେଶ ସରକାର ନଭେମ୍ବର ୨୫ ତାରିଖକୁ ରାଜ୍ୟରେ ‘ନୋ ନନଭେଜ୍ ଡେ’ ଘୋଷଣା କରିଛନ୍ତି ।ଅର୍ଥାତ ଆଜି ପୂରା ରାଜ୍ୟରେ ସମସ୍ତ ମାଂସ ଦୋକାନ ଏବଂ କଂସେଇ ଖାନା ବନ୍ଦ ରହିବ । ନଭେମ୍ବର ୨୫ ତାରିଖରୁ ସାଧୁ ଟିଏଲ ବାସୱାନୀଙ୍କ ଜୟନ୍ତୀ ପଡୁଥିବାରୁ ଉତ୍ତର ପ୍ରଦେଶରେ ସରକାର ଏହି ନିଷ୍ପତ୍ତି ନେଇଛି ।
ଉତ୍ତରପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ସଚିବ ଧର୍ମେନ୍ଦ୍ର ପ୍ରତାପ ସିଂହ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ଶିବରାତ୍ରୀ ଓ ସାଧୁ ଟିଏଲ୍ ବାସବାନୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଆମିଷ ଦୋକାନ ଓ କଂସେଇଖାନା ବନ୍ଦ ରଖିବାକୁ ସମସ୍ତ ବିଭାଗୀୟ କମିଶନର, ପୌରପାଳିକା କମିଶନର ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ଟିଏଲ୍ ବାସୱାନୀ ଜଣେ ଭାରତୀୟ ଶିକ୍ଷାପିତ, ଯିଏ ଶିକ୍ଷା କ୍ଷେତ୍ରରେ ମୀରା ଆନ୍ଦୋଳନର ଶୁଭାରମ୍ଭ କରିଥିଲେ । ତାଙ୍କ ଜୀବନୀ ଓ ଶିକ୍ଷା ପାଇଁ ସମର୍ପିତ ଏକ ସଂଗ୍ରହାଳୟ, ଦର୍ଶନ ସଂଗ୍ରହାଳୟ ପୁଣେରେ ଖୋଲା ଯାଇଥିଲା ।