ସାରୁ ଛକ ନିକଟରେ ସଡ଼କ ଦୁର୍ଘଟଣା, ଅଟୋ ଓଲଟି ୩ଗୁରୁତର

ହିଞ୍ଜିଳିକାଟୁ ନିକଟସ୍ଥ ସାରୁ ଛକ ନିକଟରେ ସଡ଼କ ଦୁର୍ଘଟଣା ଅଟୋ ଓଲଟି ୩ଗୁରୁତର ଗୁରୁତର ମାନେ ହେଲେ ଜୟ ମାଁ ମଙ୍ଗଳା ମାର୍ଗ ର ଲିଙ୍ଗରାଜ ସାହୁ (୩୩) ନୂଆପଲ୍ଲୀ ଗ୍ରାମ ର ମଙ୍ଗୁଳୁ ଦାସ, ଉତ୍ତମ ଗୌଡ଼ ବୋଲି ଜଣା ପଡ଼ିଛି। ଅଟୋ ଟି ହିଞ୍ଜିଳିକାଟୁ ରୁ ବ୍ରହ୍ମପୁର ଅଭିମୁଖେ ଯିବା ସମୟ ରେ ଅଟୋ ଟି ଭାରସାମ୍ୟ ହରାଇ ବିଲି ମଧ୍ୟ କୁ ଓଲଟି ପଡିଥିଲା ସ୍ଥାନୀୟ ଲୋକେ ଗୁରୁତର ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ କରୁଛି।