ବେଗୁନିଆ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ। ମୃତ ଯୁବକ ଜଣକ ହେଲେ ନିଧିପୁର ଆଦିବାସୀ ସାହିର ସୁଶାନ୍ତ ପ୍ରଧାନ। ସୂଚନା ଅନୁଯାୟୀ ସୁଶାନ୍ତ ଜଣେ ଟେଣ୍ଟହାଉସ କର୍ମଚାରୀ ହୋଇଥିବା ବେଳେ ନିଜର କାମ ସାରି ରାତିରେ ଘରକୁ ଫେରୁଥିବା ସମୟରେ କଲରାଝର ରାସ୍ତାରେ ଏକ ଦନ୍ତାର ସମ୍ମୁଖୀନ ହୋଇଥିଲେ। ଦନ୍ତା ହାତୀଟି ଯୁବକକୁ ଆକ୍ରମଣ କରିବାରୁ ଯୁବକ ଜଣକ ତଳେ ପଡ଼ିଯାଇଥିଲେ , ତେବେ ଦନ୍ତା ଯୁବକୁ ଦଳି ମାରିଦେଇଥିବା ଜଣା ପଡ଼ିଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଜଣେ ଯୁବକକୁ ଦନ୍ତା ଆକ୍ରମଣ କରି ମାରିଥିବା ବେଳେ ଆଜି ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ତେବେ ଯୁବକର ମୃତୁ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତୁରନ୍ତ କ୍ଷତି ପୂରଣ ସହିତ ହାତୀ ଘଉଡାଇ ବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।