ଦିଲ୍ଲୀପଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

(ଅନୁସ୍ୱୟା)ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ବରିଷ୍ଠ ସମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ଦିଲ୍ଲୀପଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
ଦିଲ୍ଲୀପ ଓଡ଼ିଆ ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ । ସେ ଏକ ଦୈନିକ ଖବର କାଗଜରୁ ନିଜର ସାମ୍ବାଦିକ ଜୀବନୀ ଆରମ୍ଭ କରିଥିଲେ । ଏହା ପରେ ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ ସେ ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ କାର୍ୟ୍ୟ କରୁଥିଲେ । ମାତ୍ର ତାଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି ।