ସ୍ପ୍ରେ ହେବାମାତ୍ରେ ୪୮ ଘଣ୍ଟାରେ ଭଲ ହୋଇଯିବ କରୋନା
ଭାରତରେ କରୋନା ସଂକ୍ରମଣ ରୋକିବା ପାଇଁ ନାଜାଲ ସ୍ପ୍ରେ ଲଞ୍ଚ ହୋଇଯାଇଛି।
(ଦିଲ୍ଲୀ) : ଭାରତରେ କରୋନା ସଂକ୍ରମଣ ରୋକିବା ପାଇଁ ନାଜାଲ ସ୍ପ୍ରେ ଲଞ୍ଚ ହୋଇଯାଇଛି। କୁହାଯାଉଛି ଯେ ନାକରେ ଏହି ଔଷଧ ସ୍ପ୍ରେ ହେବାମାତ୍ରେ ୪୮ ଘଣ୍ଟାରେ କରୋନା ଭଲ ହୋଇଯିବ। ଏହି ସ୍ପ୍ରେ ୧୮ ବର୍ଷ ବୟସରୁ ଉପର ରୋଗୀ ବ୍ୟବହାର କରି ପାରିବେ, ଯାହାଙ୍କୁ କରୋନା ହୋଇଛି। ଭାରତରେ Fabispray ୮୫୦ ଟଙ୍କାରେ ମିଳିବ।
ସୂଚନାନୁଯାୟୀ , କମ୍ପାନୀର ଷ୍ଟେଟମେଣ୍ଟ ଅନୁସାରେ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ମିଳିଥିବା ଏହି ସ୍ପ୍ରେର ପ୍ରୟୋଗ ଦ୍ବାରା ୨୪ ଘଣ୍ଟା ଭିତରେ ଭାଇରସ୍ର ଲୋଡ୍ ୯୪% କମ୍ ହୋଇଯାଇଥାଏ। ସେଭଳି ୪୮ ଘଣ୍ଟାରେ ଭାଇରାଲ ଲୋଡ୍ ୯୯୫ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ତେବେ ଏହି ସ୍ପ୍ରେ କେମିଷ୍ଟ ପାଖରୁ ସିଧାସଳଖ ନେଇପାରିବେନି। ଏହାକୁ କିଣିବାକୁ ହେଲେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦରକାର। ୭ ଦିନ ପର୍ଯ୍ୟନ୍ତ ଏହି ନାଜାଲ ସ୍ପ୍ରେ ନେବାପରେ କରୋନା ମୁକ୍ତ ହୋଇ ପାରିବେ।