(ପ୍ରିୟଦର୍ଶନୀ ସ୍ୱାଇଁ): ପତ୍ନୀକୁ ମାରି ମାଟି ତଳେ ପୋତି ଦେଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ହାଟଡ଼ିହି ବ୍ଲକରେ । ସ୍ତ୍ରୀକୁ ମାରି ଘରପଛ ପଟେ ପୋତିଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିର୍ତ୍ତିକରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛି ପ୍ରଦୀପ ମଲ୍ଲିକ । ତାକୁ ଗିରଫ କରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ।
ସୂଚନାନୁଯାୟୀ, ପ୍ରଦୀପ ଓ ମଧୁସ୍ମିତା ଏକ ଯାତ୍ରା ପାର୍ଟିରେ ଅଭିନୟ କରୁଥିଲେ । ପ୍ରଦୀପ ଭଲପାଇ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପତ୍ନୀ ସହ ପାଟି ତୁଣ୍ଡ ହୋଇଥିଲା । ଏଥିରେ କ୍ରୋଧିତ ହୋଇ ସେ ପତ୍ନୀଙ୍କୁ ମାରି ଘର ବାରି ପଟେ ପୋତି ଦେଇଥିଲେ । କିଛି ଦିନ ପରେ ପୋଲିସ ପ୍ରଦୀପର ଘର ପଛ ପଟୁ ମୃତ ଦେହ ଉଦ୍ଧାର କରିଥିଲା । ଏହାର ୪ଦିନ ପରେ ବିଭିନ୍ନ ସ୍ଥାନ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ପଚାରଉଚରା ପରେ ଏହାକୂ ସ୍ୱିକାର କରିଛି ଅଭିଯୁକ୍ତ । ମାନବଧିକାର କମିଶନରଙ୍କ ନିକଟରେ ଏକ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହ ମୃତକଙ୍କ ପରିବାରକୁ ୬ଲକ୍ଷଟଙ୍କା କ୍ଷତିପୁରଣ ଦେବା ପାଇଁ ଦର୍ଶାଇ ଯାଇଥିଲା ।