ରବି ଫସଲର ଏମଏସପି ବଢାଇବେ କେନ୍ଦ୍ର ସରକାର

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ରବି ଫସଲ ଉପରେ କେନ୍ଦ୍ର ସରକାର ଖୁବ ଶୀଘ୍ର ସର୍ବନିମ୍ନ ସହାୟକ ମୁଲ୍ୟ (ଏମଏସପି) ବୃଦ୍ଧି କରିପାରନ୍ତି ବୋଲି ଜଣାପଡିଛି। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ପ୍ରସ୍ତାବ ତିଆରି କରିଥିଲେ ହେଁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଚରଣ ସଂହିତା କାରଣରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇପାରି ନାହିଁ ।
ତେବେ କେନ୍ଦ୍ର ସରକାରଙ୍କ ତିଆରି ପ୍ରସ୍ତାବ ଅନୁସାରେ ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୮୪୦ ଟଙ୍କା ଥିବା ବେଳେ ଏହାକୁ ୧୯୨୫ ଟଙ୍କା କରାଯିବ । ସେହିପରି ସୋରିଷର ଏମଏସପି କ୍ୱିଣ୍ଟାଲ ପିଛା ୪୨୦୦ ଟଙ୍କାରୁ ବୃଦ୍ଧି କରି ୪୪୨୫ ଟଙ୍କା କରାଯିବ। ଅନ୍ୟପଟେ ମସୁର ଡାଲିର ଏମଏସପି କ୍ୱିଣ୍ଟାଲ ପିଛା ୪୪୭୫ ଟଙ୍କାରୁ ବୃଦ୍ଧି କରି ୪୮୦୦ ଟଙ୍କା କରାଯିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ରବି ଫସଲ ଉପରେ ଏମଏସପି ବୃଦ୍ଧି କରିବା ନେଇ କୃଷି ମନ୍ତ୍ରାଳୟ ଯେଉଁ ପ୍ରସ୍ତାବ ତିଆରି କରିଛି, ତାକୁ କ୍ୟାବିନେଟର ବୈଠକରେ ଉପସ୍ଥାନ କରାଯିବ, ନଭେମ୍ୱର ମାସରେ ବିଜ୍ଞତି ପ୍ରକାଶ କରାଯିବ ।