ଛତିଶଗଡ: ମିଶନ ରାହୁଲରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସୁଡଙ୍ଗ ଭିତରକୁ ପଶିଛନ୍ତି ଏନଡିଆରଏଫ୍ ଟିମ୍ । ଆଉ ମାତ୍ର ସମୟର କଥା ରାହୁଲ ଆସିବ ବାହାରକୁ । ଅତି ଧୀରେ ଧୀରେ ଟନେଲ ଖୋଳି ରାହୁଲ ପାଖରେ ପହଞ୍ଚିବାକୁ ଏନଡିଆରଏଫ୍ ଟିମ୍ ଚେଷ୍ଟା ଚଳାଇଛି । ରାହୁଲ ବାହାରକୁ ଆସିଲେ ଆମ୍ବୁଲାନ୍ସରେ ବ୍ୟବସ୍ଥା କରାଯାଇଛି ।
ମାତ୍ର ୮ ଇଞ୍ଚର ଦୂରତାରେ ରହିଛି ରାହୁଲ । ସେପଟେ ଲଗାତାର ଭାବେ ତା ମା ସହିତ କଥା ହେଉଛି ରାହୁଲ । ଆଉ ଧୈର୍ଯ୍ୟ ନହରାଇ ନିଜକୁ ରକ୍ଷା କରିବାକୁ ପ୍ରାଣପଣେ ଚେଷ୍ଟା କରୁଛି । ରାହୁଲକୁ କିପରି ଭାବେ ସତର୍କତାର ସହ ବାହାରକୁ ଉଦ୍ଧାର କରାଯିବ ସେନେଇ ଗୁରୁତ୍ୱ ଦିଆଯାଉଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଘନ ଘନ ଭିଡିଓ କନଫରେନ୍ସ ରେ ଲିଡିଙ୍ଗ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ପ୍ରାୟ ୪୨ ଡିଗ୍ରୀ ତାପମାତ୍ରା ଭିତରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି । ଆଉ କୌଣସି ବି ମୁହୂର୍ତ୍ତରେ ରାହୁଲକୁ ଉଦ୍ଧାର କରାଯାଇପାରେ । ଛତିଶଗଡ଼ ବାସୀଙ୍କ ସହ ପୁରା ଦେଶ ବର୍ତ୍ତମାନ ରାହୁଲର ଆସିବା ବାଟକୁ ଚାହିଁ ରହିଛନ୍ତି । ଆଉ ଭଗବାନଙ୍କୁ ତାର ଉଦ୍ଧାର ଲାଗି ପ୍ରାର୍ଥନା କରୁଛନ୍ତି ।