ମନ୍ତ୍ରୀ ଓ ଅଫିସରଙ୍କ ବଢିଲା ମାସିକ ଗାଡି ଭଡା ଖର୍ଚ୍ଚ

ଭୁବନେଶ୍ୱର:  ମନ୍ତ୍ରୀ  ଓ ଅଫିସରଙ୍କ ବଢିଲା ମାସିକ ଗାଡି ଭଡା ଖର୍ଚ୍ଚ । ରାଜ୍ୟ ସରକାର ଗାଡି ଭଡା ଖର୍ଚ୍ଚ ବୃଦ୍ଧି କରିଛନ୍ତ । ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡି ଭଡା ଖର୍ଚ୍ଚରେ ସଂଶୋଧନ । ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡି ଖର୍ଚ୍ଚ । ଜିଲ୍ଲାପାଳ, ଏସ୍ପିଙ୍କ ଗାଡି ଖର୍ଚ୍ଚ ୪୪,୪୦୦କୁ ବୃଦ୍ଧି କରାଯାଇଛି । ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡି ଖର୍ଚ୍ଚ ୩୭,୨୦୦କୁ ବୃଦ୍ଧି କରାଯାଇଛି । ପ୍ରମୁଖ ସଚିବଙ୍କ ୩୬,୦୦୦ ଏବଂ ସ୍ୱତନ୍ତ୍ର ସଚିବଙ୍କ ୩୧,୨୦୦କୁ ଗାଡି ଖର୍ଚ୍ଚ ବୃଦ୍ଧି କରାଯାଇଛି ।