(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଆଜି ମାସୁଦ ଆଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯିବ। ମାସୁଦ ଜୈଶ-ଏ-ମହମ୍ମଦର ମୁଖ୍ୟ ଥିଲା । ଆଜି ସଂଯୁକ୍ତ ରାଷ୍ଟ୍ର ସମିତି ୧୨୬୭ର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଏହି ବୈଠକରେ ନିଷ୍ପତ୍ତି ନିଆଯିବ । ଗତଥର ଚୀନ ନିଜର ଭିଟୋ ବ୍ୟବହାର କରି ମାସୁଦକୁ ରକ୍ଷା କରିଥିଲା । କିନ୍ତୁ ଏବେ ଚୀନ ନିଜର ଆଭିମୁଖ୍ୟ ପରିବର୍ତନ କରିଥିବା ଜଣାପଡିଛି । କାରଣ ଗତକାଲି ଚୀନ ଏପରି କିଛି ସଙ୍କେତ ଦେଇଥିଲା ।
ଚୀନ କହିଛି ଯେ, ସଠିକ ଭାବେ ଏହି ପ୍ରସଙ୍ଗକୁ ବିଚାର କରାଯାଇ ପାରିବ । ଏଥିପାଇଁ କୌଣସୀ ସମୟସୀମା ରହିବା ଅନୁଚିତ । କିନ୍ତୁ ଏହାର ଅତିଶୀଘ୍ର ସମାଧାନ ହେବ । କାରଣ ପୂର୍ବରୁ ପୁଲୱାମା ଭଳି ଅନେକ ଘଟଣାରେ ମାସୁଦର ହାତ ରହିଥିବା ସତ୍ୱେ ଚୀନ ତାକୁ ରକ୍ଷା କରିଥିଲା । ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ସମେତ ଅନେକ ରାଷ୍ଟ୍ର ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଦାବି କରି ଆସୁଛନ୍ତି ।
ଗତ ୨ଦିନ ତଳେ ପାକିସ୍ତାନ ମଧ୍ୟ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ନେଇ ସଙ୍କେତ ଦେଇଥିଲା ।