ଗଛରେ ପିଟିଲା ମାରୁତି ଓମିନି ଦୁଇ ଜଣ ଗୁରୁତର

ଗଛରେ ପିଟି ହୋଇ ମାରୁତି ଓମିନି ଦୁର୍ଘଟଣାଗ୍ରସ୍ତ। ଗାଡିରେ ଥିବା ଦୁଇ ଜଣ ଗୁରୁତର। ଗୁରୁତର ଦୁଇଜଣଙ୍କୁ ଗ୍ରାମବାସୀ ଉଦ୍ଧାରକରି  ଆମ୍ବୁଲାନ୍ସ ସାହାର୍ଯ୍ୟରେ କଟକ ବଡ଼ ମେଡିକାଲକୁ ଚିକିତ୍ସାପାଇଁ ପଠାଇ ଦିଆଯାଇଥିବା  ନେଇ ସୂଚନା ମିଳିଛି। ସାଲେପୁରରୁ କଟକ ଅଭିମ୍ମୁଖେ ମାରୁତି ଓମିନି ଗାଡି ହାର୍ଡୱାର ଜିନିଷ ନେଇ ଯାଉଥିବା ବେଳେ ଜଗତପୁର ବାରବୋଡ଼ିଆ କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତାରେ ଭାରସମ୍ୟ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ। ଗାଡ଼ିରେ ଥିବା ଦୁଇ ଜଣ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି। ଖବରପାଇ ପାଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତକରି  ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।