(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଗତକାଲି ବିଳମ୍ବିତ ରାତିରେ ହାତୀବାରୀ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । କୋରାପୁଟ ଜିଲ୍ଲାରେ ନନ୍ଦପୁର ଥାନା ଅନ୍ତର୍ଗତ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀଙ୍କ ଦ୍ୱାରା କମ୍ବି ଅପରେସନ ବେଳେ ମାଓବାଦୀଙ୍କର ଆଶ୍ରୟସ୍ଥଳୀ କୁ ଚିହ୍ନଟ କରାଯାଇଥିଲା । ପରେ ଉଭୟ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା । ବର୍ତମାନ ସୁଦ୍ଧା କୌଣସି ଆହତରେ ସୁଚନା ଆସି ନାହିଁ । ଅପରେସନ ଏବେ ମଧ୍ୟ ଜାରି ରହିଛି ।