ମଣିଷ ସେବାରେ ମନୁଙ୍କ ଜୀବନ

ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ। ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ଟିକଟ ଦେବ ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଓବିସି ସଂଶୋଧନ ବିଲ ସଂସଦରେ ପାସ୍‌ ହୋଇଛି ।

ଏଣିକି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ବର୍ଗ ବା ଝଋଈଉ ତାଲିକା ପ୍ରସ୍ତୁତି ଆଗ ଭଳି କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର ଝଋଈଉ ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣର ସୁବିଧା ପାଉଛନ୍ତି।

ଏହି ଖବର ସୁଣିବା ପରେ ଅନେକ ଗରୀବ ଓ ଓବିସି ବର୍ଗଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ଧାମନଗର ବ୍ଲକ ଅଧିନରେ ଥିବା ସୋହଡା ଗ୍ରାମପଞ୍ଚାୟତର ସଣ୍ଡପୁର ଗ୍ରାମର ସମର ପଇଡା କହା କାହାକୁ ବା ଅଜଣା । ବର୍ଷ ବର୍ଷ କାଳ ଗରୀବଙ୍କ ସେବାରେ ସେ ରହିଛନ୍ତି । ସେ ଧନୀ ହେଉ ବା ଗରୀବ ସଭିଙ୍କର ନିକଟରେ ତାଙ୍କୁ ଦେଖିବାକୁ ମିଳେ ବୋଲି ଗ୍ରାମ ବାସି କହିଛନ୍ତି । ପକୋଟରେ ଟଙ୍କା ନାହିଁ ହେଲେ ସାହାର୍ଯକରିବାର ମନ କେବେ ଲିଭି ନଥାଏ ମନୁର ମନରୁ ବୋଲି ଜଣେ ୮୦ ବର୍ଷର ମହିଳା ସୁମା କହିଛନ୍ତି ।

ସୂଚନା ମୁତାବକ ଯେଉଁଠି ସରପଞ୍ଚ ବହଞ୍ଚି ପାରନ୍ତି ନାହିଁ ସେଠାରେ ମନୁଙ୍କୁ ଦେଖିବାକୁ ମିଳେ । ଏମିତି କି ସେ କୁହନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶ୍ରୀବାଦ ହେତୁ ମୁଁ ଲୋକଙ୍କ ସେବା କରିପାରୁଛି । ଏବେ ଯେଉଁ ଭଳି ରାଜ୍ୟରେ କାମ ହାତକୁ ନେଇଛନ୍ତି ଆମ ମୁଖ୍ୟମନ୍ତ୍ରୀ ତାହା ଐତିହାସିକ ନିଷ୍ପତି । ଏହା ଦ୍ୱାରା ଓବିସିର ଅନେକ ଗରୀବ ଯୁବକ ସମାଜ ଲୋକଙ୍କ ସେବା କରିବାର ସୁଯୋଜ ପାଇବେ ।

ଏପଟେ ବିଜେଡି ଏଭଳି ନିସ୍ପତି ନେବା ପରେ ବିରୋଧି ସିବିରରେ ଛନକା ଦେଖିବାକୁ ମିଳିଛି । ଏବର ବିଜେପି ସରପଞ୍ଚ ଲୋକଙ୍କ ସେବା କରିବାରେ ପଚକପ ଥିବା ବେଳେ ସମରଙ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଆଗାମୀ ଦିନ କହିବ ବିଜେଡି ଯେଉଁ ସ୍ୱପ୍ନ ଦେଖାଇଲା ଓବିସିର ଜନତାଙ୍କୁ ତାହା ସତରେ କାମରେ ଆସୁଛି ନା ଧନୀଙ୍କ ପାଖରେ ଚାପୀ ହେଉଛି ।