ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଜ୍ରପାତ :ଦୁଇ ଜଣଙ୍କ ମୃତ୍ୟୁ

ଦିଗପହଣ୍ଡି / ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ।ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ୯ଟି ଛେଳି ମୃତ୍ୟୁ ହୋଇଛି । ଚାରି ଜଣ ମହିଳା ଆହତ ହେଇଥିବା ସୂଚନା ମିଳିଛି । ଜମି କୁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା ବେଳେ ବରମୁଣ୍ଡଳୀ ଗାଁର ବିଷ୍ଣୁ ପ୍ରିୟା ପଣ୍ଡାଙ୍କ ବଜ୍ରପାତରେ ମୃତ ଘଟିଛି। ସେହିଭଳି ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଂଚାୟତର ନରସିଂହପୁରରେ ବଜ୍ରପାତ ଘଟି ଭାଲୁ ମହାକୁଡଙ୍କ ମୃତ୍ୟୁ ଘଟିଛି କରିଛନ୍ତି। ଉଭୟଙ୍କୁ ଦିଗପହଣ୍ଡି ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଅନ୍ୟପଟେ ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁରରେ ବଜ୍ରପାତ ଘଟି ଚାରି ଜଣ ମହିଳା ଆହତ ହୋଇଛନ୍ତି। ଆହତଙ୍କୁ ଚିକିଟି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନୂଆପଡା ବ୍ଲକ ଖେଳ ପଡିଆରେ ପ୍ରାୟ ୨୦ଟି ଛେଳି ଆଶ୍ରୟ ନେଇଥିବାବେଳେ ବଜ୍ରପାତ ହେବାରୁ ୯ଟିଛେଳିଙ୍କ ମୃତ୍ୟୁ ହୋଇଛି । ଏଥିରେ ଛେଳି ମାଲିକ ଏମ. ଖଲିଆ ଭାଙ୍ଗି ପଡିଛନ୍ତି, ଏଣୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଈଁ ଗ୍ରାମବାସୀ ଦାବି କରିଛନ୍ତି ।