ପାପଡାହାଣ୍ଡି(ଅନିଲ ପ୍ରଭାତ ଭତ୍ରା)ପାପଡାହାଣ୍ଡି ବ୍ଲକ ବିଭିନ୍ନ ସ୍ଥାନରେ ବିଜୁଳି ମାଡ଼ ରେ ତିନି ଜଣ ଗୁରୁତର ହୋଇଛନ୍ତି |ରବି ଚନ୍ଦ୍ର ଯାନୀ ନିକଟସ୍ତ ଜମିରେ ଗାଧୋଇବାକୁ ଯାଇଥିବା ସମୟରେ ବିଜୁଳି ଆଘାତ ହେବାରୁ ଗୁରୁତର ଆହତ ହୋଇଥିଲେ | ପରିବାର ଲୋକ ମୁର୍ମୁଷ ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି | ସେହିପରି ତୁମ୍ବର୍ଲା ପଂଚାୟତ ଗୋବର୍ଲା ଠାରେ ବୁଟି ପୁଜାରି ଓ ଦୀର୍ଯ୍ୟ ନାୟକ ଜମିରେ ଚାଷ କାମ କରୁଥିବା ସମୟରେ ବର୍ଷା ଯୋଗୁଁ ଗୋଟିଏ ଛତା ତାଳେ ଛିଡା ହୋଇଥିବା ବେଳେ ବିଜୁଳି ଘୋଟି ଉଭୟ ଅଚେତ ହୋଇପଡ଼ିଥିଲେ | ସେମାନଂକୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି| ତିନି ଜଣଙ୍କ ଚିକିତ୍ସା ଜାରି ରହିଛି |