ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲଖିଲେ ରିଜର୍ଭ ବ୍ୟାଙ୍କ ଡ଼େପୁଟି ଗଭର୍ଣ୍ଣର

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ସମସ୍ତଙ୍କୁ ଘାରିଛି ଏବେ ୟେସ ବ୍ୟାଙ୍କ ଚିନ୍ତା । ବ୍ୟାଙ୍କ ଦେବାଳିଆ ହେବା ପରେ ସେଠାରେ ସ୍ଥଗିତ ପଇସା କିପରି ଆସିବ ସେ ନେଇ ଖାତା ଧାରୀ ଚିନ୍ତାରେ । ସବୁଠୁ ଚର୍ଚ୍ଚାର ବିଷୟ ହେଉଁଛି ଯେ ଏହି ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିଛି । ବ୍ୟାଙ୍କ ଦେବାଳୟ ହେବା ପରେ ଏତେ ପରିମାଣରେ ଟଙ୍କା ଫେରିବା ନେଇ ଚିନ୍ତା ଲାଗି ରହିଛି । ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ପଷ୍ଟ କରିଛନ୍ତି ଯେ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡ଼ିକରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ୟେସ ବ୍ୟାଙ୍କରେ ଜମା ସରକାରୀ ଅର୍ଥ ନେଇ ଚିଠି ଲେଖିଲା ଆରବିଆଇ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲଖିଲେ ରିଜର୍ଭ ବ୍ୟାଙ୍କର ଡ଼େପୁଟି ଗଭର୍ଣ୍ଣର ଏନ ଏସ ବିଶ୍ୱ ନାଥନ । ୟେସ ବ୍ୟାଙ୍କରେ ଜମା ହୋଇଥିବା ସରକାରୀ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଚିଠିରେ ଉଲ୍ଲେଖ ରହିଛି । ଠିକ ସମୟରେ ଅର୍ଥ ଫେରସ୍ତ ପାଇଁ ଆମର ଉଦ୍ୟମ ଜାରି ରହିଛି । ଏପରିକି ପ୍ରାଇଭେଟ ବ୍ୟାଙ୍କରେ ଅର୍ଥ ଜମା କରିବା ଅସୁରକ୍ଷିତ ବୋଲି ଯାହା ଚର୍ଚ୍ଚା ହେଉଛି ତାହା ଠିକ ନୁହେଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଘରୋଇ ବ୍ୟାଙ୍କ କ୍ଷେତ୍ର ଗୁଡ଼ିକରେ ଜମାକୁ ନିରାପତ୍ତାକୁ ନେଇ ଆରବିଆଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି ।