କୋଣାର୍କ ଉତ୍ସବ ରେ ପୂଜ୍ୟ ପୂଜା ନୀତି ପ୍ରତି ଅଵମାନନା

(ଜୟନ୍ତ କୁମାର ସେଠୀ): କୋଣାର୍କା ଉତ୍ସବରେ ପୂଜ୍ୟ ପୂଜା ପ୍ରତି ଅବମାନନା । ଅବହେଳିତ ଅବସ୍ଥାରେ ପଡ଼ିରହିଛି ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତି ମୂିର୍ତି । ଗତ ୧ତାରିଖ ଠାରୁ ବିଶ୍ୱ ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ କୋଣାର୍କ ରେ ଆରମ୍ଭ ହୋଇଛି ୫ଦିନିଆ ଉତ୍ସବ ।ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ପର୍ୟ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାକାର ଓ ସାଜସଜ୍ଜା ଉପକରଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଏହି ଉତ୍ସବ ଆୟୋଜିତ ହେଉଥିବା ପର୍ୟ୍ୟଟନ ଵିଭାଗ ମୁକ୍ତାକାଶ ରଙ୍ଗମଞ୍ଚ ପରିସର ଠାରୁ ମାତ୍ର ୧୦୦ମିଟର ଦୂର କୋଣାର୍କ ଥାନା ଛକ ଠାରେ ସ୍ୱର୍ଗତ ଭୂତପୂର୍ବ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ଵର୍ଗତ ଉପେନ୍ଦ୍ର କୁମାର ମହାନ୍ତି ଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡିରହିଛି। କୋଣାର୍କ ଉତ୍ସବ ରେ ପ୍ରଶାସନ ମଜି ରହିଥିବାରୁ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ସ୍ଵର୍ଗତ ସ୍ୱାଧୀନତା. ସଂଗ୍ରାମୀ ଉପେନ୍ଦ୍ର କୁମାର ମହାନ୍ତି ଙ୍କ ଭଳି ମହନୀୟ ବ୍ୟକ୍ତିତ୍ୱ କୁ ଭୁଲି ପୂଜ୍ୟ ପୂଜା ନୀତି ପ୍ରତି ଚରମ ଅବହେଳା ଛଡା ଆଉ କିଛି ନୁହେଁ ବୋଲି ସାମ୍ବାଦିକ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ପୂଜ୍ୟ ପୂଜା ନୀତି ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ରାଜ୍ୟ ସରକାର ଏହି ଘଟଣା କୁ ଗୁରୁତ୍ବ ଆରୋପ କରିବା ସହ ରାଜ୍ୟ ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପର୍ୟ୍ୟଟନ ବିଭାଗ ସଚିବ ଦୃଷ୍ଟି ଦେଇ ଏହି ସମସ୍ୟା ର ସମାଧାନ କରିବାକୁ ଯୁଵ ସାମ୍ବାଦିକ ଭାଗିରଥି ସ୍ଵାଇଁ ଦାଵି କରିଛନ୍ତି।