‘କାଚା ବାଦାମ’ ଗୀତରେ ଲିପ୍ସିଂ କରି ଭାଇରଲ ହେଲେ ଦ ଗ୍ରେଟ ଖଲି
ଗତକାଲି ଦ ଗ୍ରେଟ ଖଲି ବିଜେପିରେ ବିଧିବଦ୍ଧ ଭାବେ ମିଶିଥିବା ବେଳେ ଏବେ ସାମ୍ନାକୁ ଭାଇରଲ ହେଉଛି ଆଉ ଏକ ଭିଡିଓ ।
(ମୁମ୍ବାଇ) : ଗତକାଲି ଦ ଗ୍ରେଟ ଖଲି ବିଜେପିରେ ବିଧିବଦ୍ଧ ଭାବେ ମିଶିଥିବା ବେଳେ ଏବେ ସାମ୍ନାକୁ ଭାଇରଲ ହେଉଛି ଆଉ ଏକ ଭିଡିଓ । ଏହି ଭାଇରାଲ ଭିଡିଓରେ ଖେଳୁ ନାହାଁନ୍ତି,କି ରାଜନୀତି କରୁନାହାନ୍ତି ବରଂ ସୋସିଆଲ ମିଡିଆରେ ରହି ସେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ।
ସୂଚନାନୁଯାୟୀ , ଯେଉଁଥିରେ କାଚା ବାଦାମ ଗୀତରେ ଖଲି ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରୁଥିବା ଦେଖାଯାଉଛି। ଭିଡିଓରେ ଦେଖାଯାଇଛି ଖଲି ‘କାଚା ବାଦାମ’ ଗୀତରେ ଲିପ୍ସିଂ କରି ଝୁମିଉଠିଛନ୍ତି । ଏହି ଭିଡିଓକୁ ଖଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଗୀତଟି ଲକ୍ଷ ଲକ୍ଷ ଭ୍ୟୁ ପାଇଛି। ୧ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି।