ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦ ଦଣ୍ଡାଦେଶ ହଟିଇଲା କେରଳ କ୍ରିକେଟ ଆସୋସିଏଶନ

ଭାରତର ପୂର୍ବତନ ଦ୍ରୁତ ବୋଲର ଏସ.ଶ୍ରୀସନ୍ଥଙ୍କ ଉପରୁ ହଟିଛି ବାସନ୍ଦ ଦଣ୍ଡାଦେଶ । କେରଳ କ୍ରିକେଟ ଆସୋସିଏଶନର (କେସିଏ) ଏହି ନିଷ୍ପତି ଶ୍ରୀସନ୍ଥଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଏଥିସହ କେସିଏ ଓ ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦର ମଧ୍ୟ ଅନ୍ତ ଘଟିଛି । ସଞ୍ଜୁ ସାମସନଙ୍କ ଚୟନକୁ ନେଇ କେସିଏକୁ ଶ୍ରୀସନ୍ଥ ସମାଲୋଚନା କରିଥିଲେ । ଏହା ପରେ ବିବାଦ ବଢ଼ିଥିଲା ଏବଂ ଶ୍ରୀସନ୍ଥଙ୍କୁ ବ୍ୟାନ କରାଯାଇଥିଲା । ଜୁଲାଇ ୧ରେ କେସିଏ ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀସନ୍ଥଙ୍କ ଉପରୁ ଦଣ୍ଡାଦେଶ ପ୍ରତ୍ୟାହାର କରିବା ନେଇ ସହମତି ହୋଇଥିଲା ।

S. Sreesanth biography, age, affairs, wife, net worth, religion, caste &  more

ଶ୍ରୀସନ୍ଥ ତାଙ୍କ ବ୍ୟବହାର ନେଇ କ୍ଷମା ପ୍ରାର୍ଥନା କରିଥିଲେ । କେସିଏ ଏ ନେଇ ବିଧିବଦ୍ଧ ଭାବେ ବୟାନ ମଧ୍ୟ ଜାରୀ କରିଛି । ଭବିଷ୍ୟତରେ ଯଦି ଶ୍ରୀସନ୍ଥ ଏ ଭଳି ତ୍ରୁଟିର ପୂନରାବୃତି କରିବେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ କେସିଏଲ ସିଜନ ଅବସରରେ ସଞ୍ଜୁ ସାମସନଙ୍କୁ କେରଳ ଓ ଭାରତିୟ ଟିମରୁ ବାହାର କରାଯିବାକୁ ଶ୍ରୀସନ୍ଥ ସମାଲୋଚନା କରିଥିଲେ । ଏହା ଦ୍ୱାରା କେସିଏର ଛବି ଖରାବ ହୋଇଥିବା ଦର୍ଶାଇ ଆସୋସିଏଶନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

KCA Suspends S Sreesanth For 3 Year False Derogatory Remarks In Sanju  Samson Row Champions Trophy India Team - श्रीसंत को भारी पड़ा संजू सैमसन का  समर्थन करना, KCA ने 3 साल