କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆଙ୍କ ସଂଘବନ୍ଧ ଆକ୍ରମଣ

ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ମୋରମ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆ ସଂଘବନ୍ଧ ଆକ୍ରମଣ କରିବା ସହିତ ଟେକା ଓ ପଥର ଫିଙ୍ଗି ତାଙ୍କ ଗାଡ଼ିର କାଚ ଭାଙ୍ଗି ଦେଇଛନ୍ତି ।

 Moram Mafia Photograph: (Sambad.in)

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୁପାରି ଅଞ୍ଚଳରେ ଚଢାଉ କରିବାକୁ ଯାଇଥିଲେ ଖଇରା କନିଷ୍ଠ ଖଣି ଅଧିକାରୀ  ଅଭିଷେକ ବେହେରା । ଘଟଣା ସ୍ଥଳରେ ଚଢ଼ାଉ ବେଳେ ଅତର୍କିତ ଆକ୍ରମଣ କରିଥିଲେ ମୋରମ ମାଫିଆ ମାନେ । ଗୋଟିଏ କାର ଓ ୨ଟି ବାଇକ୍ରେ ଆସି ମୋରମ ମାଫିଆ ଆକ୍ରମଣ କରିଥିଲେ । ସୁନ୍ଦରପୁର ଛକରେ ଗାଡ଼ିକୁ ଅଟକାଇ କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ । ଏପରିକି ମାଫିଆମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ହତ୍ୟା ଧମକ ବି ଦେଇଥିଲେ । ବିଶେଷ ସୁତ୍ରରୁ ଖବର ପାଇ କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରା ଚଢାଉ କରିବାକୁ ଯାଇଥିଲେ । ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ କରୁଛି ।

soro