ଭୁବନେଶ୍ୱର:IIMCCA ଆୱାର୍ଡରେ ସମ୍ମାନିତ ହେଲେ ସାମ୍ବାଦିକ ଅନୁଜ ଦାସ । ଭାରତୀୟ ଜନ ସଞ୍ଚାର ସଂସ୍ଥା ପକ୍ଷରୁ ଆୟୋଜିତ IIMCCA ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ସାମ୍ବାଦିକ ଅନୁଜ ଦାସ । ଇମକା ଆୱାର୍ଡର ୯ମ ସଂସ୍କରଣରେ ୧୨ଟି ବର୍ଗରେ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଭାରତୀୟ ଭାଷା ପ୍ରସାରଣ ବର୍ଗରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ ହୋଇଛନ୍ତି ଅନୁଜ ।

ରାୟଗଡାର ନିୟମ ଗିରି ପାଦଦେଶରେ ରହିଥିବା ମିଞ୍ଜାଳି କିଭଳି ପୋଲିସ ରେକର୍ଡରେ ମୋଷ୍ଟ ୱାଣ୍ଟେଡ ମାଓବାଦି ସାଜିଛି ସେହି ଘଟଣାକୁ ଲୋକ ଲୋଚନକୁ ଆଣିଥିଲେ ଅନୁଜ । ‘ମୁଁ ମିଞ୍ଜାଳି ମାଓବାଦି ନୁହେଁ’ । ଏହି ଖବରକୁ ଜାତିୟ ସ୍ତରର ବିଚାରକ ମଣ୍ଡଳି ପ୍ରଶଂସା କରିବା ସହିତ ଏହି ଖବର ପାଇ ଅନୁଜ ଦାସଙ୍କୁ ଶେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଛି ।

ଏଭଳି ଖବର ପ୍ରସାରଣ ହେବା ଦ୍ୱାରା ଅନେକ ଲୋକ ନ୍ୟାୟ ପାଇବେ ବୋଲି କହିଛନ୍ତି ବିଚାରକ ମଣ୍ଡଳି । ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ ପତ୍ର ସହିତ ନଗଦ ୫୦ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି ।