ଗୁଜୁରାଟ : ୩ମାସ ଜେଲ ଦଣ୍ଡ ମିଳିଲା କଂଗ୍ରେସ ବିଧାୟକ ଜିଗ୍ନେଶ ମେବାନୀଙ୍କୁ । ଗୁଜୁରାଟ ବଡଗାମ ବିଧାୟକ ଜିଗ୍ନେଶ ମେବାନୀଙ୍କୁ ଟ୍ୱିଟ ମାମଲାର ଆସାମ ପୋଲିସ ଗିରଫ କରିବା ଓ ପରେ ବେଲରେ ଆସିବା ପରେ ପୁଣି ଏକ ମାମଲାରେ ଗୁଜୁରାଟର ମେହସାଣା କୋର୍ଟ ତାଙ୍କୁ ୩ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ଜିଗ୍ନେଶ ମେୱାନୀଙ୍କ ସହ ଅନ୍ୟ ୯ ଜଣଙ୍କୁ ମଧ୍ୟରେ କୋର୍ଟ ଦଣ୍ଡିତ କରିଛନ୍ତି ।
ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଛି। ୫ବର୍ଷ ପୂର୍ବେ ବିନା ଅନୁମତିରେ ରାଲି କରିଥିବାରୁ ସମୁଦାୟ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମହେସାଣା କୋର୍ଟ। ୨୦୧୭ ମସିହାରେ ପୋଲିସର ବିନା ଅନୁମତିରେ ରାଲି କରିବା ବେଆଇନ ଭାବେ ଲୋକଙ୍କୁ ରୁଣ୍ଡ କରିବା ଭଳି ଏକ ମାମଲାରେ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଏନସିପି ନେତା ରେଶମା ପଟେଲ, ସୁବୋଧ ପରମାର ଏହି ରାଲି କରି ସରକାରଙ୍କ ବିଜ୍ଞପ୍ତିକୁ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ୩ ମାସ ଲେଖାଏଁ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କୋର୍ଟ ।